ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ୍ ରାଲି, ବୁଲିଲେ ବିଭିନ୍ନ ପଞ୍ଚାୟତ

Published By : Prameya-News7 Bureau | July 09, 2021 IST

ଭଦ୍ରକ ୯।୭: ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଭଣ୍ଡାରିପୋଖରୀ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ। ସାଇକେଲ୍ ଯୋଗେ ବୁଲିଲେ ବିଭିନ୍ନ ପଞ୍ଚାୟତ । କେନ୍ଦ୍ର  ସରକାରଙ୍କ ଅପାରଗତା ଯୋଗୁଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ସାଇକେଲ ଶୋଭାଯାତ୍ରା ସହିତ ବିରୋଧ ପ୍ରଦର୍ଶନ ।

ଭଣ୍ଡାରିପୋଖରୀ କଂଗ୍ରେସ ପକ୍ଷରୁ ଦଳର କର୍ମୀମାନେ ଶହ ଶହରୁ  ଉର୍ଦ୍ଧ୍ବ ସାଇକେଲ୍ ଯୋଗେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତରେ ବୁଲିଥିଲେ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ବରେ ଶତାଧିକ କର୍ମୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ୨୩ଟି ପଞ୍ଚାୟତର ଗାଁକୁ ଗାଁ ବୁଲିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.