ପ୍ରଦୂଷଣ କମାଇବା ପାଇଁ ସାଇକେଲ ଶୋଭାଯାତ୍ରା : ସଚେତନତା ବାର୍ତ୍ତା ଦେଲେ ହାଇକୋର୍ଟ ମୁଖ୍ୟ ବିଚାରପତି, ବହୁ ବରିଷ୍ଠ ଅଧିକାରୀ ସାମିଲ

Published By : Prameya-News7 Bureau | November 03, 2019 IST

କଟକ ୩।୧୧: କଟକରେ ପ୍ରଦୂଷଣ କମାଇବାର ବାର୍ତ୍ତା ଦେବାକୁ ସାଇକେଲ ଶୋଭାଯାତ୍ରା । ସାଇକେଲ ଚଳାଇ ବାର୍ତ୍ତା ଦେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍ ଜାଭେରି । ମୁଖ୍ୟ ବିଚାରପତିଙ୍କ ବାସଭବନ ଠାରୁ ବାହାରି ଏହି ସାଇକେଲ ଶୋଭାଯାତ୍ରା ବାରବାଟୀ ଦୁର୍ଗ ଗେଟ୍ ଓ ଗଡଗଡିଆ ମନ୍ଦିର ଦେଇ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଅଫିସ୍ ନିକଟରେ ଶେଷ ହୋଇଥିଲା । 

{"id":178516}

ମୁଖ୍ୟ ବିଚାରପତିଙ୍କ ସହିତ ଅନ୍ୟ ବିଚାରପତି, ଜିଲ୍ଲାପାଳ, ପୋଲିସ କମିଶନର, ସିଏମସି କମିଶନର, ଡିସିପି ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ସ୍କୁଲ ପିଲାମାନେ ସାମିଲ ହୋଇଥିଲେ । ବାଲିଯାତ୍ରା ସମୟରେ ସାଇକେଲର ବହୁଳ ବ୍ୟବହାର ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି । ଓଡିଶାରେ ଦିଲ୍ଲୀ ଭଳି ପରିସ୍ଥିତି ନଉପୁଜିବା ପାଇଁ ଆଜିଠାରୁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି କେ. ଏସ୍ ଜାଭେରି ।

{"id":178517}

ଚଳିତ ବର୍ଷ ବାଲିଯାତ୍ରା ବୁଲିବା ପାଇଁ ପ୍ରଶାସନ ତରଫରୁ ସାଇକେଲ୍ ର ବ୍ୟବସ୍ଥା କରାଯାଇଛି । ଲୋକେ ସାଇକେଲ୍ ଭଡାରେ ନେଇ ବାଲିଯାତ୍ରା ବୁଲି ପାରିବେ । ଏଥିପାଇଁ ପ୍ରଶାସନ ପ୍ରାୟ ପାଞ୍ଚ ଶହ ସାଇକେଲର ବ୍ୟବସ୍ଥା କରିଛି । ଆଜି ଏହି ପ୍ରଚେଷ୍ଟାକୁ ସଫଳ କରିବା ଉଦ୍ଦେଶ୍ୟରେ ଏପରି ସାଇକେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.