Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ବୟସ ମାତ୍ର ୧୫ କିନ୍ତୁ ମନ ବହୁତ ବଡ: ପୁଣି ହୃଦୟ ଜିତିଲେ ସାଇକଲ ଗାର୍ଲ ଜ୍ୟୋତି, ପୁରସ୍କାର ଟଙ୍କାରେ କରାଇଲେ ପିଉସୀଙ୍କ ବାହାଘର

16/06/2020 at 12:58 PM

ଦରଭଙ୍ଗା ୧୬/୦୬ : ନିଜ ରୋଗୀଣା ବାପାଙ୍କୁ ଗୁରୁଃଗ୍ରାମରୁ ସାଇକଲରେ ବସାଇ ବିହାର ଦରଭଙ୍ଗା ଯାଏଁ ଆଣିଥିବା ସାଇକଲ ଗାର୍ଲ ଜ୍ୟୋତି ପୁଣି ଏକ ବଡ କାମ କରିଛନ୍ତି | ଏହିଭଳି କାମ କରି ପରିବାର ସହ ସମାଜର ମଧ୍ୟ ହୃଦୟ ଜିତିଛନ୍ତି ଜ୍ୟୋତି | ପୁରସ୍କାର ସ୍ୱରୂପ ଜ୍ୟୋତିଙ୍କୁ ମିଳିଥିବା ଟଙ୍କାରେ ସେ ନିଜ ଅଭାବୀ ପିଉସୀଙ୍କ ବାହାଘର କରାଇଛନ୍ତି | ଜ୍ୟୋତିଙ୍କୁ ପୁରସ୍କାରରେ ମିଳିଥିବା ୫୦ ହଜାର ଟଙ୍କା ସେ ନିଜ ପିଉସୀଙ୍କ ବାହାଘରରେ ଖର୍ଚ୍ଚ କରିଛନ୍ତି | ଏହିଭଳି କାମ କରି ଜ୍ୟୋତି କେବଳ ଲୋକଙ୍କ ହୃଦୟ ଜିତି ନାହାନ୍ତି ବରଂ ସମାଜକୁ ଏକ ସକାରାତ୍ମକ ସନ୍ଦେଶ ମଧ୍ୟ ଦେଇଛନ୍ତି |

ସୂଚନାଯୋଗ୍ୟ ଯେ, ଜ୍ୟୋତିଙ୍କ ଜେଜେବାପା ଦୁଇ ଭାଇ | ଉଭୟ ଜେଜେବାପାଙ୍କ ନିଧନ ହୋଇସାରିଛି | ଜେଜେମାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ | ଜେଜେମାଙ୍କ ଅବସ୍ଥା ଦେଖି ତାଙ୍କ ଝିଅ ଅର୍ଥାତ ନିଜ ପିଉସୀଙ୍କ ବାହାଘର ପାଇଁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ | ଏନେଇ ସେ ନିଜ ବାପା ମାଙ୍କ ସହ କଥାବାର୍ତ୍ତା କରିଥିଲେ | ଜ୍ୟୋତି କହିଥିଲେ କିଛି ଦିନ ପୂର୍ବରୁ ତାଙ୍କ ପାଖରେ କିଛି ନଥିଲା କିନ୍ତୁ ଅଛି ଯାହା ବି ଅଛି ସେଥିରେ ତାଙ୍କୁ ନିଜ ଅଭାବୀ ପିଉସୀଙ୍କୁ ସାହାଯ୍ୟ କରିବ ଉଚିତ | ଝିଅର ଏହି ପଦକ୍ଷେପ ପାଇଁ ତାଙ୍କ ବାପା ମା ଗର୍ବିତ |

ଦରଭଙ୍ଗା କେବଟି ଅନ୍ତର୍ଗତ ସିରହୁଲ୍ଲା ଗାଁର ଜ୍ୟୋତି ନିଜ ରୋଗୀଣା ବାପାଙ୍କୁ ସାଇକଲରେ ବସାଇ ହରିୟାଣା ଗୁରୁଃଗ୍ରାମରୁ ଦରଭଙ୍ଗା ପାଖାପାଖି ୧୨୦୦ କିମି ସାଇକଲରେ ଯାତ୍ରା କରିଥିଲେ | ଏହି ଖବର ସାମ୍ନାକୁ ଆସିବା ପରେ ଦେଶ ବିଦେଶରୁ ଜ୍ୟୋତିଙ୍କୁ ଅନେକ ପ୍ରଶଂସା ମିଳିଥିଲା | ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ଇବାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ କରି ଜ୍ୟୋତିଙ୍କୁ ପ୍ରଶଂସା କରିଥିଲେ |  

ଅନେକ ଭାରତୀୟ ନେତା ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି | ସାଇକଲ ଫେଡେରେସନ ଜ୍ୟୋତିଙ୍କୁ ସାଇକଲ ପ୍ରତିଯୋଗିତା ପାଇଁ ଆମନ୍ତ୍ରିତ କରିଛନ୍ତି | ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନ ମଧ୍ୟ ଜ୍ୟୋତିଙ୍କୁ ସମ୍ମାନିତ କରିଥିଲେ |

   Related Posts