ସାଇବର ଠକଙ୍କ କରୋନ ଧମକ, 'ଟଙ୍କା ଦିଅ ନଚେତ୍‌ ପୂରା ପରିବାର ଦେହରେ କୋଭିଡ଼-୧୯ ଭାଇରସ୍‌ ଭର୍ତ୍ତି କରିଦେବୁ'

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: ସାରାବିଶ୍ୱକୁ ଘାରିଛି ଏବେ କରୋନା ଚିନ୍ତା । ୧୯୯ଟି ଦେଶରେ କରୋନା ଭାଇରସ ବ୍ୟାପିସାରଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ୨୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କରୋନା ନେଇ ସାଧାରଣଲୋକଙ୍କ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହା ସୁଯୋଗ ନେଇ ଅସାଧୁ ବ୍ୟକ୍ତିମାନେ ଅନ୍‌ଲାଇନ୍‌ ଠକେଇ କରିବା ଆରମ୍ଭ କରିସାରିଲାଣି । ବ୍ରିଟିଶ ସୁରକ୍ଷା ସଫ୍ଟୱେୟାର ଏବଂ ହାର୍ଡୱେୟାର କମ୍ପାନୀ ସୋଫୋସଙ୍କ ରିପୋର୍ଟରେ ମଧ୍ୟ ଏହିପରି ଠକେଇ ସମ୍ପର୍କରେ ଖବର ପଦାକୁ ଆସିଛି । ସାଇବର ଅପରାଧୀମାନେ କୋଭିଡ -19 ନାମରେ ନକଲି ୱେବସାଇଟ୍ ତିଆରି କରି ଲୋକଙ୍କୁ ଠକାମିର ଶିକାର କରୁଛନ୍ତି । ବେଳେବେଳେ WHO ଅଧିକାରୀ ହୋଇ ମଧ୍ୟ ଠକାମ କରୁଛନ୍ତି ।

{"id":245143,"sizeSlug":"large"}

ବ୍ରିଟିଶ ସୁରକ୍ଷା ସଫ୍ଟୱେୟାର ଏବଂ ହାର୍ଡୱେୟାର କମ୍ପାନୀ ସୋଫୋସର ଏକ ରିପୋର୍ଟ ଅନୁଯାୟୀ ସାଇବର ଅପରାଧୀମାନେ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ପଠାଉଛନ୍ତି । ଏବଂ ଯଦି ଉପଭୋକ୍ତା ସେମାନଙ୍କୁ ଟଙ୍କା ନ ଦିଅନ୍ତି ।  ତେବେ ସେମାନେ ଉପଭୋକ୍ତା ପରିବାରର ଯେକୌଣସି ସଦସ୍ୟଙ୍କୁ କରୋନା ଭାଇରସରେ ସଂକ୍ରମିତ କରିପାରିବେ ବୋଲି ଧମକ ଦେଉଛନ୍ତି ।

{"id":245144,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିବା ପାଇଁ ସେକ୍ସଟର୍ଟ ଇମେଲ ବ୍ୟବହାର କରାଯାଇଥିଲା । ଯେଉଁଥିରେ ସେ ବ୍ୟବହାରକାରୀଙ୍କ କିଛି ଆପତ୍ତିଜନକ ଚିତ୍ର ଅଛି ଏବଂ ଯଦି ଉପଭୋକ୍ତା ତାଙ୍କୁ ଟଙ୍କା ନ ଦିଅନ୍ତି । ତେବେ ସେହି ଚିତ୍ରଗୁଡ଼ିକ ତାଙ୍କ ପରିବାର ଏବଂ ବିଶ୍ବରେ ସାଧାରଣ ଲୋକଙ୍କୁ ପଠାଇଦିଆଯିବ ବୋଲି କହୁଥିଲେ । କିନ୍ତୁ ବର୍ତ୍ତମାନ ସାଇବର ଅପରାଧୀମାନେ ଗୋଟିଏ ପାଦ ଆଗକୁ ଯାଇ କରୋନା ଭାଇରସ ଭୟକୁ ସେମାନଙ୍କର ଅସ୍ତ୍ରରେ ପରିଣତ କରିଛନ୍ତି। ସାଇବର ଅପରାଧୀମାନେ ବିଟକଏନ୍ ଆକାରରେ ୪୦୦୦ ଡଲାର ମାଗି ଇ-ମେଲ ପଠାଉଛନ୍ତି ।

{"id":245145,"sizeSlug":"large"}

ନଚେତ୍ ସେମାନେ ଉପଭୋକ୍ତାଙ୍କର ରହସ୍ୟ ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ କରୋନା ଭାଇରସରେ ସଂକ୍ରମିତ କରିବାକୁ ଧମକ ଦେଉଛନ୍ତି। ଏକ ବିଟ୍ କଏନ୍ ମୂଲ୍ୟ ପ୍ରାୟ ସାଢେ ଛଅ ହଜାର ଡଲାର ହୋଇଥାଏ । ଏହି ଧମକପୂର୍ଣ୍ଣ ଇ-ମେଲ୍‌ରେ ଉପଭୋକ୍ତାଙ୍କର ପୁରୁଣା ପାସଓ୍ବାର୍ଡ଼ ମଧ୍ୟ କୁହାଯାଉଛି । ଯାହାଫଳରେ ସେମାନେ ଆହୁରି ଭୟଭୀତ ହୋଇଯାଉଛନ୍ତି । ଠକମାନେ ଦାବି କରିଛନ୍ତି ଯେ, ସେମାନେ ଉପଭୋକ୍ତାଙ୍କର ସମସ୍ତ ପାସୱାର୍ଡ ଜାଣିଛନ୍ତି ଏବଂ ସେମାନେ ଦୀର୍ଘ ଦିନ ଧରି ଉପଭୋକ୍ତା ଉପରେ ନଜର ରଖିଥିଲେ। ଅନଲାଇନ୍ ଠକେଇର ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ସୋଫୋସ୍ କମ୍ପାନୀ ଦ୍ୱାରା ଏହାର ୱେବସାଇଟ୍ ରେ ପୋଷ୍ଟ କରାଯାଇଛି ।  ଯେଉଁଥିରେ ସେମାନେ ଏହି ଅନଲାଇନ୍ ଠକେଇକୁ ସଂପୂର୍ଣ୍ଣ ଭାବେ ପ୍ରକାଶ କରୁଛନ୍ତି |

{"id":245146,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.