ଓଟିପି ମାଧ୍ୟମରେ ହେଉଛି ସାଇବର ଠକେଇ : ଗ୍ରାହକଙ୍କୁ ସତର୍କ କଲା ଏସବିଆଇ

Published By : Prameya-News7 Bureau | April 09, 2020 IST

ଆଦିଲ୍ଲୀ ୦୯/୦୪ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକମାନଙ୍କ ପାଇଁ ଏକ ସୂଚନା ଜାରି କରିଛି | ଏସବିଆଇ ସୂଚନା ଦେଇଛି ଯେ ସାଇବର ଅପରାଧୀ ବର୍ତ୍ତମାନ ଲୋକଙ୍କୁ ଠକିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି | ଏହି ନୂଆ ସାଇବର ଠକେଇ ଅନୁଯାୟୀ, ଅପରାଧୀ ଗ୍ରାହକଙ୍କୁ ଫୋନ କରି ନିଜ ଓଟିପି ମାଗୁଛନ୍ତି | ବାକିଥିବା ଇଏମଆଇ ସ୍ଥଗିତ ରଖିବା ପାଇଁ ଅପରାଧୀ ଗ୍ରାହକଙ୍କୁ ଫୋନ କରି ଓଟିପି ମାଗୁଛନ୍ତି | ତେବେ ଆର୍ଥିକ ସଙ୍କଟ ଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କ ଇଏମଆଇ ଜୁନ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି | ଏନେଇ ରିଜର୍ଭ ବ୍ୟାଙ୍କ ଗତ ମାସରେ ସୂଚନା ଜାରି କରିଥିଲେ |

{"id":251598,"sizeSlug":"large"}

ତେବେ ସାଇବର ଅପରାଧୀ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି | ତେବେ ସାଇବର ଅପରାଧୀକୁ ମାତ ଦେବାର ଏକମାତ୍ର ଉପାୟ ହେଲା ସତର୍କ ରହିବା ଏବଂ ଏହିଭଳି ଫୋନ କଲକୁ ନଜର ଅନ୍ଦାଜ କରିବା | ତେବେ ନିଜ ଓଟିପି କାହା ସହ ସେୟାର ନ କରିବା ପାଇଁ ଏସବିଆଇ ନିଜ ଟ୍ୱିଟର ପେଜରୁ ସୂଚନା ଦେଇଛି | ଟ୍ୱିଟରରେ ଏସବିଆଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛି ଯେଉଁଥିରେ ଲେଖାଅଛି 'ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ' |

wp:core-embed/twitter {"url":"https://twitter.com/TheOfficialSBI/status/1246745790279647232?s=20","type":"rich","providerNameSlug":"twitter","className":""}
https://twitter.com/TheOfficialSBI/status/1246745790279647232?s=20
/wp:core-embed/twitter

ସାଇବର କ୍ରାଇମ ଦିନକୁ ଦିନ ବଢ଼ିବାରେ ଲାଗିଛି | ଅପରାଧୀ ନାନା ଉପାୟରେ ଲୋକଙ୍କୁ ଥକି ଟଙ୍କା ହଡପ କରୁଛନ୍ତି | ସେ ଗ୍ରାହକଙ୍କୁ ଓଟିପି ମାଗି ଆକାଉଣ୍ଟରୁ ଟଙ୍କା ଗାୟବ କରିଦେଉଛନ୍ତି | ସେଥିପାଇଁ କେଉଁ ଅଜଣା ବ୍ୟକ୍ତିଙ୍କ ସହ ଓଟିପି ସେୟାର ନ କରିବାକୁ ବ୍ୟାଙ୍କ ବାରମ୍ବାର ପରାମର୍ଶ ଦେଉଛି |

ଏହି ପୋଷ୍ଟରେ ଲିଙ୍କ ସହିତ ଇଏମଆଇ ସମ୍ବନ୍ଧୀୟ ସମ୍ପୂର୍ଣ ବିବରଣୀ ମଧ୍ୟ ରହିଛି I ଏହି ଲିଙ୍କରେ ଇଏମଆଇ ବିଳମ୍ବ ଯୋଜନା ସମ୍ବନ୍ଧୀୟ ସମ୍ପୂର୍ଣ ବିବରଣୀ ଏସବିଆଇ ଦେଇଛି | ଏଥିରେ କୁହାଯାଇଛି ଯେ ଋଣ ଉପରେ ସୁଧ ବା ଇଏମଆଇ କିସ୍ତି ସ୍ଥଗିତ କରିବା ପାଇଁ ବ୍ୟାଙ୍କ ପଦକ୍ଷେପ ନେଇଛି | ଋଣ ବା କିସ୍ତି ପରିଶୋଧ ଅବଧି ୩ ମାସକୁ ବୃଦ୍ଧି କରାଯାଇଛି | ଅର୍ଥାତ ମାର୍ଚ୍ଚ ୧ ତାରିଖରୁ ମେ ୩୧ ତାରିଖକୁ କିସ୍ତି ଅବଧି ବୃଦ୍ଧି କରାଯାଇଛି | ମୂଳ ପରିଶୋଧ ଅବଧି ଉପରେ | ଏହି ଯୋଜନା ଅନୁଯାୟୀ ଜଣେ ଗ୍ରାହକ ୩ଟି ପର୍ଯ୍ୟାୟ ବାଛିପାରିବେ | ଏହି ଯୋଜନା ଅଧୀନରେ ସେମାନେ ସାଧାରଣ କିସ୍ତିରେ ଦେୟ ଜାରି ରଖିପାରିବେ କିମ୍ବା ଏକ ଆବେଦନ ପତ୍ର ଦାଖଲ କରି ଇଏମଆଇ କିସ୍ତି ଦେୟ ସ୍ଥଗିତ କରିପାରିବେ | ଯଦି କିସ୍ତି ଦେଇ ସାରିଛନ୍ତି ତାହେଲେ ଗ୍ରାହକ ରିଫଣ୍ଡ ମଧ୍ୟ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.