Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଲିଙ୍କରେ କ୍ଲିକ୍‌ ପରେ ଆକାଉଣ୍ଟ ସଫା, ୩ ଥରରେ ଲୁଟିନେଲେ ୧.୭୦ ଲକ୍ଷ ଟଙ୍କା

24/07/2021 at 10:58 PM

ଆନନ୍ଦପୁର ୨୪/୭:  ଦିନକୁ ଦିନ ସାଇବର କ୍ରଇମ୍ ବଢିବାରେ ଲାଗିଥିବା ବେଳେ ହ୍ୟାକରମାନେ ବିଭିନ୍ନ ଫନ୍ଧି ଆପଣାଇ ଲୋକଙ୍କୁ ଜାଲରେ ଫସାଇ ଆକାଉଣ୍ଟରୁ ଲୁଟିନେଉଛନ୍ତି ଟଙ୍କା । ଏହିଭଳି ସାଇବର ଲୁଟେରା ଙ୍କ ଜାଲରେ ପଡି ଲୁଟର ଶିକାର ହୋଇଛନ୍ତି ଘସିପୁରାର ଜଣେ ଯୁବ ବ୍ୟବସାୟୀ ରାଜେନ୍ଦ୍ର ସାହୁ। ରାଜୋନ୍ଦ୍ରଙ୍କ ମୋବାଇଲକୁ ଷ୍ଟେଟ୍ ବ୍ୟାଙ୍କର ୟୂନୋ ଆପରେ ପାନ ନମ୍ବର ଅପଡେଟ୍ ପାଇଁ ଏକ ଏସ୍ଏମ୍ଏସ୍ ସହ ଏକ ଲିଙ୍କ ଆସିଥିଲା ।

ଲିଙ୍କକୁ ଖୋଲିବା ପରେ ରାଜେନ୍ଦ୍ର ସାଇବର ଲୁଟେରାଙ୍କ ଜାଲରେ ଛନ୍ଦି ହୋଇଯାଇଥିଲେ। କିଛି ସମୟ ପରେ ନିଜ ୟୋନୋ ଆପ୍ ଖୋଲିବାକୁ ଚେଷ୍ଟା କରାବାରୁ ଆପ୍ ଆଉ ଖୋଲିନଥିଲା।  ଏହି ସମୟରେ ସାଇବ୍ର  ଲୁଟେରା ରାଜେନ୍ଦ୍ରଙ୍କୁ ଫୋନ କରି ଫୋନରେ ବ୍ୟସ୍ତ ରଖିଥିଲେ ।

ଏତିକିରେ ତାଙ୍କ ଆକାଉଣ୍ଟରୁ ଯଥାକ୍ରମେ ୧୦ ହଜାର , ୨୦ ହଜାର ଓ ୧କଲକ୍ଷ ୪୦ହଜାର ଶହେଟଙ୍କା ଗାୟବ କରିନେଇଥିଲେ ଲୁଟେରା। ରାଜେନ୍ଦ୍ର ଏହି ଘଟଣାକୁ ନେଇ ସାଇବର ପୋଲିସ୍ ,  ଘସିପୁରା ଥାନା ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିବା କହିଛନ୍ତି ।

   Related Posts