ଜୟପୁରରେ ମାତିଲେ ସାଇବର ଲୁଟେରା, ପେଟିଏମ୍‌ରୁ ଲୁଟିନେଲେ ପାଖାପାଖି ଲକ୍ଷେ ଟଙ୍କା

Published By : Prameya-News7 Bureau | July 12, 2019 IST

ଜୟପୁର ୧୨|୭: ଜୟପୁରରେ ମାତିଲେ ସାଇବର ଲୁଟେରା।ହାଇଟେକ ଢଙ୍ଗରେ ପେଟିଏମ୍ କୁ ଲିଙ୍କ୍ କରି ମା- ପୁଅଙ୍କ ଆକାଉଣ୍ଟରୁ ଲୁଟିନେଲେ ଲକ୍ଷାଧିକ ଟଂକା।ଏମିତି କିଛି ଅଭିଯୋଗ ଆଣିଛନ୍ତି ଜୟପୁର ସ୍ଥିତି ବ୍ୟାଙ୍କ ଅଫ୍ ବରୋଦାର ଦୁଇ ଜଣ ଗ୍ରାହକ ସୁକ୍ରୀ ସାନ୍ତା ଓ ତାଙ୍କ ପୁଅ ସୁଶାନ୍ତ କୁମାର ସାନ୍ତା ।ଅଭିଯୋଗ ପାଇବା ପରେ ପୋଲିସ ବ୍ୟାଙ୍କରେ ପହଁଚି ଘଟଣାରେ ଖୋଳତାଡ ଆରମ୍ଭ କରିଛି।

{"id":132968}

ପେଟିଏମ୍,ଫୋନ ପେ ପରି ଆପ୍ ଯଦି ଆପଣ ବ୍ୟବହାର କରୁଛନ୍ତି କିମ୍ବା ଏ ସଂକ୍ରାନ୍ତରେ ଆପଣଙ୍କ ଫୋନକୁ ଯଦି କିଛି କଲ ଆସୁଛି ତାହାହେଲେ ଆପଣ ହୋଇ ଯାଆନ୍ତୁ ସାବଧାନ।କାରଣ ଆପଣଙ୍କ ଆପ୍ ହ୍ୟାକ୍ ହୋଇ ପାରେ କିମ୍ବା ଫେକ୍ ଫୋନ ମାଧ୍ୟମରେ ଆପଣଙ୍କଠାରୁ ତଥ୍ୟ ନେଇ ଆପଣଙ୍କୁ କେହି ଚୁନା ଲଗାଇ ପାରେ।ଦିନକୁ ଦିନ ଫେକ୍ କଲ ମାଧ୍ୟମରେ ଅନଲାଇନ ଠକେଇ ଏବେ ସବୁଠି ବଢିବାରେ ଲାଗିଛି।ଏପରିକି ଆପଣଙ୍କ  ଟିକିଏ ଅସାଧାନତା କାରଣରୁ ଆପଣଙ୍କ ଆକାଉଣ୍ଟକୁ କେହି ଅନ ଲାଇନ ସପିଂ ସାଇଟ ସହ ଯୋଡି ଆପଣଙ୍କ ଆକାଉଣ୍ଟକୁ ଖାଲି କରି ଦେଇ ପାରେ।

{"id":132969}

ଏମତି କିଛି ଅନଲାଇନ ଠକାମୀର ଶୀକାର ହୋଇଛନ୍ତି ଜୟପୁରର ମାଆ ଓ ପୁଅ। ଏମାନେ ହେଲେ ମାଆ ସୁକ୍ରୀ ସାନ୍ତା ଓ ପୁଅ  ସୁଶାନ୍ତ କୁମାର ସାନ୍ତା।ଏମାନେ ଜୟପୁରରେ ଥିବା ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ସେବା କେନ୍ଦ୍ରରେ ସଂଚୟ ଖାତା ଖୋଲି ପ୍ରତ୍ୟେକ ମାସରେ ନିଜ ଆକାଉଣ୍ଟରେ ଟଂକା ଜମା କରି ଆସୁଥିଲେ। ମାଆଙ୍କ ଖାତାରେ ପାଖାପାଖି ୭୦ ହଜାର ଟଂକା ଓ ପୁଅର ଖାତାରେ ପ୍ରାୟ ୩୨ ହଜାର ଟଂକା  ଜମା ଥିଲା। ହେଲେ ୨ଦିନ ପରେ ସେମାନେ ଖାତା ଅପଡେଟ କରିବା ସମୟରେ ଜଣା ପଡିଲାଯେ ସେମାନଙ୍କର ସମସ୍ତ ଟଂକା କେହି ଲୁଟ କରି ଦେଇଛି। ଆଉ ସମସ୍ତ ଟଂକା ପେଟିଏମ୍ ଆପ୍ ମାଧ୍ୟରେ ଲୁଟ ହୋଇଥିବା ଜଣା ପଡିବା ପରେ ମାଆ ପୁଅ ପ୍ରଥମେ ଏ ନେଇ ବ୍ୟାଙ୍କ ଓ ପରେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

{"id":132970}

ସେପଟେ ଅଭିଯୋଗ ପାଇବା ପରେ ପୋଲିସ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ସେବା କେନ୍ଦ୍ର ଓ ଶାଖା କେନ୍ଦ୍ରକୁ ଯାଇ ତନାଘନା କରିଛି। ହେଲେ ବ୍ୟାଙ୍କ ସ୍ତରରେ କୌଣସି ଠକେଇ ହୋଇନଥିବା ବ୍ୟାଙ୍କ ତରଫରୁ କୁହାଯାଇଛି। କେହି ପେଟିଏମ୍ ମାଧ୍ୟମରେ ହିଁ ଏହାକୁ ଲୁଟ କରିଥିବା ଜଣା ପଡିବା ପରେ ପୋଲିସ ଏହି ମାମଲାକୁ ସାଇବର ସେଲକୁ ହସ୍ତାନ୍ତର କରିଥିବା କହିଛନ୍ତି ଜୟପୁର ଏସ୍.ଡି.ପି.ଓ।

ଦିନକୁ ଦିନ ସାଇବର ଠକେଇ ବଢି ଚାଲିଥିବା ବେଳେ ସଚେତନତା ଓ ସଜାଗ ହିଁ ସାଇବର ଠକାମୀରୁ ରକ୍ଷା କରି ପାରିବ। ତେଣୁ ଅନ-ଲାଇନ କାରବାର ସମୟରେ ସମସ୍ତେ ସତର୍କ ହେବା ନିହାତି ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.