Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପଢିଛନ୍ତି ମାତ୍ର ନବମ, କିନ୍ତୁ ବୁଦ୍ଧି ତାଙ୍କର ପ୍ରଖର : ମୋବାଇଲ୍ ଆପ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ସାଇବର ଲୁଟେରା ଗିରଫ

22/06/2021 at 5:25 PM

ଝାରସୁଗୁଡା ୨୨।୬: ନୂଆ ନୂଆ ତରିକା ଆପଣୁଛନ୍ତି ସାଇବର ଠକ । କେତେବେଳେ ଫେସବୁକ ହ୍ୟାକ୍ କରି ମେସେଞ୍ଜରରେ ମେସେଜ କରି ଟଙ୍କା ମାଗିବା ହେଉ ତ କେତେବେଳେ ଅନ୍ୟ କୌଣସି ଉପାୟରେ ଲୋକଙ୍କୁ ଠକିବାରେ ଓସ୍ତାଦ ପାଲଟିଲେଣି ଠକ । ଏଥର କିନ୍ତୁ ଭିନ୍ନ ଉପାୟରେ ଠକି ଝାରସୁଗୁଡା ପୋଲିସ ହାତରେ ଧରାପଡିଲା ମାଷ୍ଟରମାଇଣ୍ଡ ।

ମାତ୍ର ନବମ ଶ୍ରେଣୀ ପାସ୍ କରି ଠକେଇ ପାଇଁ ଆସୁଥିବା ଏକ ମୋବାଇଲ ଆପ୍ସ୍ ଜରିଆରେ ସାଧାରଣ ଲୋକଙ୍କୁ ଠକୁଥିଲେ । ମୋବାଇଲ ନମ୍ବରକୁ ଟ୍ରୁ କଲରରେ ଠାବ କରି ସେମାନଙ୍କ ନିକଟକୁ ଟଙ୍କା ପଠାଇଥିବା ଠକେଇ ସମ୍ବଦ୍ଧୀୟ ଫଲ୍ସ୍ ମେସେଜ ପଠାଇବା ପରେ ଟେଲିଫୋନ୍ ମାଧ୍ୟମରେ ଫୋନ୍ କରି ଟଙ୍କା ଫେରାଇବାକୁ ଅନୁରୋଧ କରୁଥିଲେ । ଏହିଭଳି ରାଜ୍ୟ ସାରା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୋରଡା ଅଞ୍ଚଳର ଯୁବକ ସୁନୀଲ ରାଉତରୟ ଏବେ ଝାରସୁଗୁଡା ପୋଲିସ ପଞ୍ଝାରେ ।

ଝାରସୁଗୁଡାର ଜଣେ ପ୍ରତିଷ୍ଠିତ ଡାକ୍ତର ଦେଓଶ୍ଲୋକ ଶର୍ମାଙ୍କୁ ଏହିଭଳି ଉପାୟରେ ଗତ ମେ ମାସରେ ୧୦ ହଜାର ଟଙ୍କା ସୁନୀଲ ଠକି ନେଇଥିଲା । ସୁନୀଲଠାରୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଡାକ୍ତର ଶର୍ମା ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରି ସୁନୀଲ ରାଉତରାୟକୁ ଗିରଫ କରି ତା ନିକଟରୁ ୨୮ଟି ମୋବାଇଲ୍ ସିମକାର୍ଡ, ୧୧ଟି ମୋବାଇଲ ଫୋନ୍, ୧୫ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୩ଟି ପାସବୁକ ଜବତ କରିଛି ।

ଏହି ରାକେଟରେ ଅନ୍ୟ କାହାରି ସଂପୃକ୍ତିକୁ ଅଭିଯୁକ୍ତ ଅସ୍ବୀକାର କରୁଥିଲେ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅପରପକ୍ଷରେ ଗତ ଦୁଇ ବର୍ଷ ତଳୁ ଏହି ବ୍ୟବସାୟ କରି ବହୁ ଲୋକଙ୍କୁ କିଭଳି ଠକୁ ଥିଲା ସୁନୀଲ ତାହା ବଖାଣିଛି ।

   Related Posts