ଓକାକ୍‌ ସିଇଓଙ୍କ ହ୍ୱାଟସଆପ୍‌ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା, ହ୍ୟାକ୍‌ ପଛରେ ନାଇଜେରିଆର ଗ୍ୟାଙ୍ଗ !

Published By : Prameya-News7 Bureau | November 13, 2021 IST

ଭୁବନେଶ୍ୱର ୧୩।୧୧ : ଓକାକ୍‌ ସିଇଓ ଏବଂ ଆଇଟି ବିଭାଗ ଅଧିକାରୀଙ୍କ ହ୍ୱାଟସଆପ୍‌ ଆକାଉଣ୍ଟ ହ୍ୟାକ୍‌ ଘଟଣା । ଏହି ହ୍ୟାକ୍‌ ପଛରେ ନାଇଜେରିଆରେ ଏକ ଗ୍ୟାଙ୍ଗ ଥିବା ସନ୍ଦେହ । ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ । ହ୍ୟାକରଙ୍କ କଥାବାର୍ତ୍ତାରୁ  ସେ ନାଇଜେରିଆର ହୋଇଥିବା ସନ୍ଦେହ କରାଯାଉଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆକାଉଣ୍ଟ ହ୍ୟାକ୍‌ ପରେ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏପିରିକି ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ଯାଇଛି । ଏକାଧିକ ବ୍ଯାଙ୍କ ଆକାଉଣ୍ଟକୁ ଫ୍ରିଜ କରିବାକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ଲଗାତର ଭାବେ ଏହି ଘଟଣା ଉପରେ ନଜର ରଖିଛି କ୍ରାଇମ୍‌ବ୍ରାଞ୍ଚ ।

ସୂଚନାଯୋଗ୍ୟ ଯେ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା  ଓକାକ ମୁଖ୍ୟଙ୍କ ହ୍ବାଟ୍‌ସ ଆପ୍ ନମ୍ବର ହ୍ୟାକ୍ ହୋଇଥିଲା । ଓକାକ୍‌ ମୁଖ୍ୟ ମନୋଜ କୁମାରଙ୍କ ନମ୍ବର ହ୍ୟାକ୍ କରି ସମ୍ପର୍କୀୟଙ୍କ ଠାରୁ ୭ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲେ । ଏବେ ଘଟଣାର ଛାନ୍‌ଭିନ୍‌ କ୍ରାଇମ୍‌ବ୍ରାଞ୍ଚ କିଛି ତଥ୍ୟ ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.