ସାବଧାନ! ସାଇବର ଠକବି ପାଳନ କରୁଛନ୍ତି ଉତ୍ସବ, ପଠାଉଛନ୍ତି ଗିଫ୍ଟ ଲିଙ୍କ, ପୋଛି ଦେଉଛନ୍ତି ଆକାଉଣ୍ଟ

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧।୧୦:  ଦେଶରେ ଏବେ ପାର୍ବଣ ଋତୁ। ଲୋକଙ୍କ ସହ ସାଇବର ଅପରାଧୀ ମଧ୍ୟ ଏବେ ଉତ୍ସବ ପାଳନରେ ମସଗୁଲ। ତେବେ ସାଇବର ଅପରାଧୀ ନୂଆ ଉପାୟରେ ଲୋକଙ୍କ ଉତ୍ସବ ଫିକା କରି ନିଜେ ମାଲାମାଲ ହେଉଛନ୍ତି। ଲୋକଙ୍କ ମୋବାଇଲକୁ ଗିଫ୍ଟ ଭାଉଚର ଲିଙ୍କ ପଠାଇ ଆକାଉଣ୍ଟ ସଫା କରିଦେଉଥିବା ଭଳି ଚାଞ୍ଚଲ୍ୟକର ସୂଚନା ମିଳିଛି। ଗିଫ୍ଟ ଦେବା ନାମରେ ଲୋକଙ୍କ ଏଟିଏମ ଡେବିଟ କାର୍ଡ ଡିଟେଲ ହାସଲ କରିନେଉଛନ୍ତି ।

{"id":536286,"width":840,"height":602,"sizeSlug":"full","linkDestination":"none"}

ଏଥିରେ ଲୋକେ ସାଇବର ଠକାମୀର ଶିକାର ହୋଇ ଥାନାକୁ ବି ଯାଇ ପାରୁନାହାନ୍ତି। ବାଧ୍ୟ ହୋଇ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ବ୍ଲକ୍‌ କରୁଛନ୍ତି। ପାର୍ବଣରେ ସାଇବର ଅପରାଧୀମାନେ ହ୍ୱାଟଆପ ଓ ଟେକ୍ସଟ ମ୍ୟାସେଜରେ ଲଟେରି ଖେଳାଇବାକୁ ଖୋଲା ଆମନ୍ତ୍ରଣ କରୁଛନ୍ତି। ଏଥିରେ ଯଦି ଲୋକେ ଭୁଲକ୍ରମେ ଲିଙ୍କରେ କ୍ଲିକ୍‌ କରୁଛନ୍ତି ଫୋନରେ ଥିବା ଗୁଗଲ ପେ ଅଥବା ଫୋନ ପେ ଆକାଉଣ୍ଟରୁ ଟଙ୍କା କଟି ଯାଉଛି। ଏଣୁ ମୋବାଇଲରେ ଯଦି କେହି ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ଅଥବା ଡେବିଟ କ୍ରେଡିଟ୍ କାର୍ଡ ସମ୍ପର୍କରେ ସୂଚନା ମାଗୁଛି ତୁରନ୍ତ ସଚେତନ ହୋଇ ଯାଆନ୍ତୁ।

{"id":536287,"sizeSlug":"full","linkDestination":"none"}

ବିଭିନ୍ନ ମାଧ୍ୟମରେ ଫୋନ, ହ୍ୱାଟସ୍‌ ଆପ, ଅଥବା ଇ-ମେଲରେ ଆସୁଥିବା ଲିଙ୍କରେ ଭୁଲରେ ବି କ୍ଲିକ୍‌ କରନ୍ତୁନି। ଅଯଥା ଏଣୁତେଣୁ ଆପ ଫୋନରେ ଇନଷ୍ଟଲ କରନ୍ତୁନି। ଯଦି କେହି ନିଜକୁ ବ୍ୟାଙ୍କ ଅଧିକାରୀ କହି ଆପଣଙ୍କ ଆକାଉଣ୍ଟ ଅଥବା ଡେବିଟ-ଏଟିଏମ କାର୍ଡର ସୂଚନା ମାଗୁଛି ତେବେ ସତର୍କ ହୋଇଯାଆନ୍ତୁ। ଏପରି ସାଇବର ଅପରାଧୀଙ୍କୁ ଧରିବା ଏବେବି ପୋଲିସ ଲାଗି ବଡ ଚାଲେଞ୍ଜ ହୋଇ ରହିଛି। ସେମାନେ ମାତ୍ର କିଛି ଦିନ ଅନ୍ତରାଳରେ ସାଇବର ଠକେଇର ଉପାୟ ବଦଳାଇ ଦେଉଛନ୍ତି। ନୂଆ ନୂଆ ଉପାୟରେ ଲୋକଙ୍କ ଆକାଉଣ୍ଟ ଝାଡୁ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.