Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମାଟ୍ରିମୋନିରୁ ସାଇବର ଠକେଇ : ଦାମୀ ଗିଫ୍ଟ ଆଳରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଇଂଲଣ୍ଡ ସୁନ୍ଦରୀ

29/06/2021 at 11:29 AM

ସାଲେପୁର ୨୯।୬: ମାଟ୍ରିମୋନି ସାଇଟ୍ ରୁ ଠକାମୀର ଶିକାର ହେଲେ ଯୁବକ । ପ୍ରେମରେ ଅନ୍ଧ ହୋଇ ଯୁବତୀଙ୍କ କଥାରେ ଭାସିଯାଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି । ମିଠା ମିଠା କଥା କହି ଲକ୍ଷାଧିକ ଟଙ୍କାର ଚୂନା ଲଗାଇଲେ ବିଦେଶିନୀ ।

ସୂଚନାଯୋଗ୍ୟ ଯେ, ଏକ ମାଟ୍ରିମୋନି ସାଇଟ୍ ରେ ଜଣେ ଯୁବକ ନିଜ ବିବାହ ପାଇଁ ଫଟୋ ଦେଇ ପ୍ରୋଫାଇଲଟିଏ ଖୋଲିଥିଲେ । ଏହି ମାଟ୍ରିମୋନି ସାଇଟ୍ ରେ ଇଂଲଣ୍ଡରେ ରହୁଥିବା ସାଇବର ଠକ ସୁନ୍ଦରୀ ଯୁବତୀଙ୍କ ଶିକାର ହୋଇଛନ୍ତି ସଂପୃକ୍ତ ଯୁବକ । ଯୁବତୀଙ୍କ ମିଠା ମିଠା କଥାରେ ଯୁବକ ହରାଇଛନ୍ତି ପାଖାପାଖି ୪ ଲକ୍ଷ ଟଙ୍କା । ବିବାହ କରିବାର ସ୍ବପ୍ନ ଦେଖାଇ ଯୁବତୀ ଜଣଙ୍କ ଚୂନ ଲଗାଇ ଲୁଟି ନେଇଛନ୍ତି ଟଙ୍କା । ଏନେଇ ଯୁବକ ଜଣଙ୍କ ନିକଟସ୍ଥ ଥାନା ଓ ସାଇବର୍ ସେଲ୍ ରେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଠକାମିର ଶିକାର ହୋଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଗୋପୀନାଥପୁର ଗାଁର ଜଣେ ଯୁବକ । ଯୁବତୀ ଜଣଙ୍କ ଦୁଇଟି ହ୍ବାଟସଆପ୍ ରୁ ମେସେଜ୍ କରି ନିଜ ବିଷୟରେ ଯୁବକଙ୍କୁ କହିଥିଲେ । ସେ ଇଂଲଣ୍ଡରେ ତାଙ୍କ ବିଧବା ମା’ଙ୍କ ସହ ରହୁଛନ୍ତି ଏବଂ ସେ ପେସାରେ ଜଣେ ଡାକ୍ତର ବୋଲି ମେସେଜ ମାଧ୍ୟମରେ କହିଥିଲେ । ଯୁବକ ଜଣଙ୍କ ବି ଲଗାତାର ତାଙ୍କ ସହ ଚାଟିଂ କରି ଭାବର ଆଦାନ ପ୍ରଦାନ କରିବା ସହ ସଂପର୍କ ବଢାଇ ଚାଲିଥିଲେ ।

ଯୁବତୀ ଜଣଙ୍କ ଦିନେ ଯୁବକଙ୍କୁ ଇଂଲଣ୍ଡରୁ ଏକ ଦାମୀ ଗିଫ୍ଟ ପଠାଇଥିବା କହିଥିଲେ । ସେହି ଇଂଲଣ୍ଡର ଦାମୀ ଗିଫ୍ଟ ପ୍ୟାକ୍ ଭିତରେ ଇଣ୍ଡିଆ କରେନ୍ସୀ ଅନୁଯାୟୀ ୩୭ ଲକ୍ଷ ଟଙ୍କାର ଗିଫ୍ଟ ଆସିଥିବାରୁ ତାକୁ ପାଇବାକୁ ହେଲେ ଏକ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ପଡିବ ବୋଲି କହିଥିଲେ ଜଣେ ଯୁବତୀ । ଯୁବକ ଜଣଙ୍କ ପ୍ରେମରେ ଅନ୍ଧ ହୋଇ ମୋଟ୍ ୩ ଲକ୍ଷ ୯୫ ହଜାର ଟଙ୍କା ନେବା ପରେ ମଧ୍ୟ ଆସିଲା ନାହିଁ ଗିଫ୍ଟ । ଗିଫ୍ଟ ପାଇବା ପାଇଁ ଆହୁରୀ ଅର୍ଥ ଦେବାକୁ ପଡିବା ଉଭୟ ଏୟାରପୋର୍ଟର ସନ୍ଦିଗ୍ଧ ଯୁବତୀ ଓ ଇଂଲଣ୍ଡର ସନ୍ଦିଗ୍ଧ ଯବତୀ ଚାଲ ଚଳାଇଥିବା ସେ ଜାଣିପାରିଥିଲେ । ହେଲେ ସେତେବେଳକୁ ସେ ସାଇବର ଠକେଇର ଶିକାର ହୋଇସାରିଥିଲେ । ଏହାକୁ ନେଇ ଯୁବକ ଜଣଙ୍କ ନେମାଳ ଥାନା ଓ ସାଇବର ସେଲରେ ଅଭିଯୋଗ କରିଛନ୍ତି ।

ଅନେପଟେ ଯୁବକଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଛି ନେମାଳ ପୋଲିସ । ସେମଧ୍ୟ ସାଇବର୍ ସେଲ୍ ସହ ଯୋଗାଯୋଗରେ ରହିଛନ୍ତି । ଏହି ଠକ ଗ୍ୟାଙ୍ଗକୁ ଧରିବାକୁ ତଦନ୍ତ ଜାରି ରହିଥିବା ସାଲେପୁର ଏସଡିପିଓ କହିଛନ୍ତି ।

   Related Posts