Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସାଇବର ଠକଙ୍କ ମାୟାରେ ଫସିଗଲେ, ଫୋନ୍-ପେ’ ଅପଡେଟ୍ କରିବାକୁ ଯାଇ ହରାଇଲେ ୬୫ହଜାର

3/11/2021 at 3:01 PM

ଘଟଗାଁ ୩।୧୧: ଫୋନ୍-ପେ’ ଅପଡେଟ୍ କରିବାକୁ କହି ଆକାଉଣ୍ଟରୁ ଲୁଟିନେଲେ ୬୫ ହଜାର ଟଙ୍କା । ପୁଣି ସାଇବର ଠକେଇର ଶିକାର ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁର କ୍ଷୀରୋଦ ବାରିକ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୩୧ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ତାଙ୍କ ଫୋନ୍ ପେ’ରେ ଲିଙ୍କ୍ ଥିବା ମୋବାଇଲ ନମ୍ବରକୁ କଲ୍ କରିଥିଲେ ସାଇବର ଠକ । ଫୋନ୍ ପେ’ ଅପଡେଟ୍ କଲେ ୫ ହଜାର ଟଙ୍କା ମିଳିବ ବୋଲି ସାଇବର ଠକ କହିଥିଲା । ଫଳରେ ସାଇବର ଠକ ଜଣଙ୍କ ଫୋନ୍ ଯୋଗେ କ୍ଷୀରୋଦଙ୍କୁ ଯାହା କରିବାକୁ କହିଥିଲେ କ୍ଷୀରୋଦ ତାଙ୍କ ମୋବାଇଲରେ ତାହା କରିଥିଲେ । କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୬୫ ହଜାର ୩୦୦ ଟଙ୍କା କଟିଯାଇଥିଲା । ଏନେଇ କ୍ଷୀରୋଦ ସ୍ଥାନୀୟ ଢେଙ୍କିକୋଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

   Related Posts