Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଇଏମଆଇ ସ୍ଥଗିତ ପାଇଁ ଗ୍ରାହକଙ୍କୁ ଓଟିପି ମାଗୁଛନ୍ତି ସାଇବର ଠକ, ସତର୍କ ରହିବାକୁ କହିଲା ବ୍ୟାଙ୍କ

7/04/2020 at 1:06 PM

ନୂଆଦିଲ୍ଲୀ, ୦୭|୦୪:  ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏକ ସାଇବର କ୍ରାଇମ ବାବଦରେ ସୂଚନା ଦେଇଛି । ଏସବିଆଇ ପରେ ସରକାର ମଧ୍ୟ ଲୋକଙ୍କୁ ସାବଧାନ କରିଛନ୍ତି । ଏନେଇ ପିଆଇବି ଟ୍ୱିଟ କରି ସୂଚନା ଦେଇଛି । ଆରବିଆଇ ଗାଇଡଲାଇନ ପରେ ଅନେକ ବ୍ୟାଙ୍କ ଇଏମଆଇକକୁ ୩ ମାସ ପାଇଁ ସ୍ଥଗିତ କରିଦେଇଛନ୍ତି । କିନ୍ତୁ କେତେକ ସାଇବର ଠକ ଗ୍ରାହକଙ୍କୁ ଫୋନ କରି ଆକାଉଣ୍ଟ ଡିଟେଲ୍ସ ଓ ଓଟିପି ମାଗୁଛନ୍ତି । ଇଏମଆଇ ସ୍ଥଗିତ ପାଇଁ ଓଟିପିର ଆବଶ୍ୟକତା ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି ।

ଏସବିଆଇ କହିଛି ଯେ, କିଛି ଠକ ଗ୍ରାହକଙ୍କୁ କଲ କରି ଇଏମଆଇ ସ୍ଥଗିତ ରଖିବାକୁ ଓଟିପି ସେୟାର କରିବାକୁ କହୁଛନ୍ତି । ଇଏମଆଇ ସ୍ଥଗିତ ପାଇଁ ଓଟିପିର ଆବଶ୍ୟକତା ନାହିଁ । ଓଟିପି କାହା ସହ ସେୟାର କରିବା ଅନୁଚିତ । ଥରେ ଓଟିପି ସେୟାର କରିବା ପରେ ଗ୍ରାହକଙ୍କ ଖାତାରୁ ଟଙ୍କା କଟିଯିବ । ଏନେଇ ବ୍ୟାଙ୍କ ଗ୍ରାହକଙ୍କୁ ଚେତାବନୀ ମଧ୍ୟ ଦେଇଛି ।

ଧ୍ୟାନ ଦିଅନ୍ତୁ ଏହି ସୁରକ୍ଷା ଟିପ୍ସ୍ ଉପରେ

ଫଣ୍ଡ୍ ଟ୍ରାନ୍ସଫର କରିବା ପୂର୍ବରୁ କାହାକୁ ଟଙ୍କା ପଇଠ କରୁଛନ୍ତି ସେନେଇ ବିବରଣୀ ହାସଲ କରନ୍ତୁ ।

କୌଣସି ଇ-କମର୍ସ ସାଇଟରେ ନିଜ କାର୍ଡ ଡିଟେଲ୍ସ ସେଭ୍ କରନ୍ତୁ ନାହିଁ ।

ଅଜଣା ଇମେଲରେ ନିଜର ବ୍ୟକ୍ତିଗତ ବ୍ୟାଙ୍କ ବିବରଣୀ ପ୍ରଦାନ କରନ୍ତୁ ନାହିିଁ ।

କୌଣସି କରୋନା ଭାଇରସ ଖବର ଉପରେ କ୍ଲିକ୍ କରିବା ପୂର୍ବରୁ ଯାଂଚ କରନ୍ତୁ ।

ବିଶ୍ୱସନୀୟ ଉତ୍ସ ସହ ତଥ୍ୟ ସେୟାର କରନ୍ତୁ

କୌଣସି ସ୍କାମ୍ ଦେଖିଲେ ପୋଲିସରେ ଅଭିଯୋଗ କରନ୍ତୁ

   Related Posts