ବରଗଡ଼ରେ ସକ୍ରିୟ ସାଇବର ଅପରାଧୀ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ନାଁରେ ଖୋଲାଯାଇଛି ଫେକ୍‌ ଆକାଉଣ୍ଟ

Published By : Prameya-News7 Bureau | May 27, 2020 IST

ବରଗଡ ୨୭।୦୫: ବରଗଡ଼ ଜିଲାରେ ସାଇବର୍‌ କ୍ରାଇମରେ ଅପରାଧୀମାନେ ସକ୍ରିୟ ହୋଇପଡିଛନ୍ତି । ଅପରାଧୀମାନେ ଖୋଦ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍‌ପି ପଦ୍ମିନୀ ସାହୁଙ୍କ ନାମରେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ଜିଲ୍ଲାପାଳଙ୍କ ନାମରେ ଖୋଲାଯାଇଥିବା ଫେକ୍‌ ଫେସବୁକ ଆକାଉଣ୍ଟରେ ଜିଲ୍ଲାପାଳ ଏବଂ ତାଙ୍କ  ଅଫିସର ଏକ ଫଟୋ ଦିଆଯାଇଛି ।

ସେହିପରି ଏସ୍‌ପିଙ୍କ ନାମରେ ଖୋଲାଯାଇଥିବା ଫେକ୍‌ ଫେସବୁକ ଆକାଉଣ୍ଟରେ ଏସ୍‌ପି ସାହୁଙ୍କ ଫଟୋ ସହିତ ଏସପିଙ୍କ କାର୍ଯ୍ୟାଳୟର ଏକ ମ୍ୟପ୍‌କୁ ଦିଆଯାଇଛି । ଏଭଳି ଭାବେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି ସମ୍ପୃକ୍ତ ଅପରାଧୀମାନେ ଅନେକଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ପରେ କିଛି ଲୋକ ତାହା ଫେକ୍‌ ଆକାଉଣ୍ଟ ବୋଲି ଜାଣି ନ ପାରି ତାହା ଗ୍ରହଣ ମଧ୍ୟ କରୁଛନ୍ତି । ତେବେ ଏହା ଜାଲିଆତି ବୋଲି ଜାଣିବା ପରେ ଲୋକେ ସେହି ଫେସବୁକ ଆକାଉଣ୍ଟରୁ ଅନଫ୍ରେଣ୍ଡ ହେବା ସହିତ ବ୍ଲକ କରୁଥିବା ସୂଚନା ମିଳିଛି। ବରଗଡ଼ ଟାଉନ ଥାନାରେ ଏନେଇ ଏକ ମାମଲା (ନଂ-୧୮୭/୨୦୨୦) ରୁଜୁ କରାଯାଇଛି। ଏଥିସହ ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.