Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଲକ୍ଷ ଲକ୍ଷ ଭାରତୀୟଙ୍କ ଡାଟା ହୋଇଯାଇଛି ହ୍ୟାକ୍, ଏବେ ଡାର୍କ ନେଟ୍‌ରେ ହେଉଛି ବିକ୍ରି ; କ’ଣ ସେହି ଡାର୍କ ନେଟ୍, କେତେ ମାରାତ୍ମକ ସେହି ସାଇବର ଅପରାଧୀ ?

7/06/2020 at 3:43 PM

ନୂଆଦିଲ୍ଲୀ ୦୭।୦୬:  ଦେଶରେ ଦିନକୁ ଦିନ ସାଇବର୍ ଅପରାଧି ଓ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ତେବେ ସାଇବର ଅପରାଧ ପାଇଁ ବ୍ୟବହୃତ ଡାର୍କ ବେଭ୍ ନିକଟରେ ଲକ୍ଷ ଲକ୍ଷ ଭାରତୀୟଙ୍କ ତଥ୍ୟ ଚୋରି କରିଛି ଏବଂ ସେମାନଙ୍କର ସ୍କାନ୍ ହୋଇଥିବା କପି ଗୁପ୍ତରେ ବିକ୍ରି ହେଉଛି। ଇଣ୍ଟେଲିଜେନ୍ସ ଏଜେନ୍ସି ସାଇବଲ୍ (Cyble) ଜୁନ୍‌ ୩ରେ ଏହି ସାଇବର ଅପରାଧ ବିଷୟରେ ଖୁଲାସା କରିଥିଲା ।  ଯାହାପରେ ଆତଙ୍କ ଖେଳିଯାଇଥିଲା।  ତେବେ ଆସନ୍ତୁ ଜାଣିବା କଣ କହୁଛି ସାଇବର ଏଜେନ୍ସି ଓ କଣ ଏହି ଡାର୍କ ବେଭ୍ ।

ସାଇବଲ୍ ଇଣ୍ଟରନେଟ୍ ଗୋଇନ୍ଦା ସାଇଟରେ ଲକ୍ଷାଧିକ ସଂଖ୍ୟା ID ଓ ଏହାର ସ୍କାନିଂ କପି ଦେଖିଛି । ଏହାମଧ୍ୟରୁ ପାସପୋର୍ଟ, ଆଧାର କାର୍ଡ ଏବଂ ପ୍ୟାନ୍ କାର୍ଡ ଭଳି ଜିନିଷ ରହିଛି, ​​ଯାହା ଗୁପ୍ତରେ ବିକ୍ରି ମଧ୍ୟ ହେଉଛି । Cyble ଏହାମଧ୍ୟରୁ ୧୦୦୦ଟି ଆଇଡି ଅପସାରଣ କରିଛି ଏବଂ ଏହାର ଅନୁସନ୍ଧାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ଏକ ଦୈନିକ ଇଂରାଜୀ ଖବର କାଗଡରେ  ପ୍ରକାଶିତ ରିପୋର୍ଟ ଅନୁଯାୟୀ,  ସାଇବଲ୍ ଅଧିକାରୀ କହିଛନ୍ତି ଯେ ତଥ୍ୟ ସରକାରଙ୍କ ପଟୁ ଲିକ୍ କରାଯାଇନାହିଁ ।  ବରଂ ତୃତୀୟ ପକ୍ଷ ଏହିସବୁ ଡାଟାକୁ ଲିକ୍ କରିଛି । ପରେ ଏହିସବୁ ଡାଟା ଜଣେ ପ୍ରସିଦ୍ଧ ଅଭିନେତାଙ୍କ ପ୍ରୋଫାଇଲ୍ ମାଧ୍ୟମରେ ବିକ୍ରି ହେଉଛି ।  ଅନୁସନ୍ଧାନରୁ ଜଣାପଡିଛି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ଅଭିନେତାଙ୍କର ୧ ଲକ୍ଷରୁ ଅଧିକ ଆଇଡି ରହିଛି। ଏହି ଆଇଡିଗୁଡ଼ିକ ଅପରାଧୀଙ୍କ ମଧ୍ୟରେ ଯାଇ ନିଜକୁ ସାଧାରଣ ଲୋକ ଭାବରେ ଘୋଷଣା କରିଥାଏ ।  ସମସ୍ତଙ୍କ ବିଶ୍ୱାସ ହାସଲ କରିବାକୁ ଏହାକୁ ବ୍ୟବହୃତ କରାଯାଉଛି।

ଅନୁମାନ କରାଯାଉଛି ଯେ, ଆଇଡିର ସ୍କାନ ହୋଇଥିବା କପି ଏକ କମ୍ପାନୀର KYCରୁ ଚୋରି ହୋଇଛି। ଗୋଇନ୍ଦା ଏଜେନ୍ସି ଅନୁଯାୟୀ, ନିକଟ ଅତୀତରେ ଉଭୟ KYC ଏବଂ ବ୍ୟାଙ୍କିଙ୍ଗ ସ୍କାମ ବୃଦ୍ଧି ପାଇଛି। ଏଜେନ୍ସି ଅନୁମାନ କରୁଛି ଯେ, ତୃତୀୟ ପକ୍ଷ ଏହି ଆଇଡିଗୁଡ଼ିକୁ ବ୍ୟାଙ୍କରୁ ଚୋରି କରୁଛି । ପରେ ଏହାକୁ ଡାର୍କ ନେଟ୍‌ ଜରିଆରେ ଚଢାଦାମ୍‌ରେ ସାଇବର ଅପରାଧୀଙ୍କୁ ବିକ୍ରି କରୁଛନ୍ତି । ମେ ମାସରେ ଏଭଳି ବିପଦ ସମ୍ପର୍କରେ ଗୋଇନ୍ଦା ସଂସ୍ଥା ଆଗୁଆ ଚେତାବନୀ ଦେଇଥିଲେ ।ଡାର୍କ ନେଟ୍‌ର ପ୍ରାୟ ୭.୬୫ ରୁ ଅଧିକ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ବିକ୍ରି ହେଉଥିଲା। ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହି ଲୋକମାନଙ୍କ ମଧ୍ୟରୁ ୪.୭୫ ଜଣ ଯେଉଁମାନେ ଟ୍ରୁ କଲର ବ୍ୟବହାର କରନ୍ତି। ଚାକିରି ୱେବସାଇଟରୁ  ମଧ୍ୟ ଲକ୍ଷ ଲକ୍ଷ ତଥ୍ୟ ଚୋରି ହୋଇଛି ।

ସଂପ୍ରତି ଇଣ୍ଟରନେଟର ଗୁଇନ୍ଦା ଡାର୍କ ନେଟ୍‌ର ନାମ ଦୁନିଆରେ ଚର୍ଚ୍ଚର ବିଷୟ ପାଲଟିଛି । ଡାର୍କ ନେଟ୍‌ରେ ଅପରାଧୀମାନେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ, ମାସ୍କ, ଭେଣ୍ଟିଲେଟର ପରି ଜରୁରୀ ସାମଗ୍ରୀ ଚୋରାରେ ବିକ୍ରି କରୁଛନ୍ତି । Australian Institute of Criminology ଡାର୍କ ନେଟ୍‌ର ଏହି  ଅବୈଧ କାରବାର ସଂପର୍କରେ ଖୁଲାସା କରିଥିଲା । ଧନୀ ଲୋକମାନେ ଏହାକୁ କିଣୁଛନ୍ତି ଯାହା ଦ୍ୱାରା ସେମାନେ କରୋନାରେ ପ୍ରତିରୋଧକ ହୋଇପାରିବେ ।

ଡାର୍କ ନେଟ୍ ଇଣ୍ଟରନେଟ୍ ହେଉଛି ଦୁନିଆର ଏପରି ଏକ ଗୁପ୍ତ ଦୁନିଆ, ଯେଉଁଠାରେ କେବଳ ଅଳ୍ପ କିଛି ବ୍ରାଉଜର୍ ପ୍ରବେଶ କରାଯାଇପାରିବ ଏବଂ ଏହା ସର୍ଚ୍ଚ ଇଞ୍ଜିନରେ ମଧ୍ୟ ଆସେ ନାହିଁ | ଡାର୍କ ନେଟ୍‌ର ଏହି ଗୁଇନ୍ଦା ଜଗତ ଚାରିଆଡେ ବ୍ୟାପିଛି । ୨୦୧୫ରେ, ଲଣ୍ଡନର କିଙ୍ଗ ୟୁନିଭରସିଟି ଏହାକୁ ୫ ସପ୍ତାହ ପାଇଁ ନଜର ରଖିଥିଲା । ଯାହାଫଳରେ କି  ୭ ଦିନରେ ୨,୭୨୩  ଡାର୍କ ୱେବସାଇଟ୍ ଚିହ୍ନଟ ହୋଇଥିଲା ।

୨୦୧୯ର ଏକ ରିସର୍ଚ୍ଚରେ ଜଣାପଡିଥିଲା କି,  ସୁରେ ବିଶ୍ୱବିଦ୍ୟାଳୟର ଡାକ୍ତର ମାଇକେଲଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଅନେକ ତଥ୍ୟ ବାହାରକୁ ଆସିଥିଲା ।  ଯେପରି ସାଇବର ଅପରାଧୀ ଦ୍ରୁତ ଗତିରେ ବଢିବାରେ ଲାଗିଲା । ଏବଂ ଏଥିପ୍ରତି ଯୁବଗୋଷ୍ଠୀ ମଧ୍ୟ ଅଧିକ ଆକର୍ଷିତ ହେଉଥିଲେ ।  ଡାର୍କ ନେଟ୍‌ରେ ଅପରାଧୀମାନେ କ୍ରେଡିଟ୍ କାର୍ଡ କିଣନ୍ତି ଏବଂ ଲକ୍ଷ ଲକ୍ଷ ଚୂନା ଲଗାନ୍ତି । ଏମାନେ ଦୁନିଆର ଯେକୌଣସି ସ୍ଥାନରୁ ହ୍ୟାକ କରନ୍ତି । କମ୍ପ୍ୟୁଟର ଏବଂ ଅନେକ ପ୍ରକାରର ଆକାଉଣ୍ଟ ଏମାନେ ହ୍ୟାକ୍ କରନ୍ତି ।

   Related Posts