Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ସାଇବର୍ କାଫେରୁ ହୋଇଥିଲା ପ୍ରେମ, ଚାକିରି ପାଇବା ପରେ ବାହା ହେବାକୁ ମନା କଲେ ଯୁବତୀ, ତା’ପରେ ପ୍ରେମାନ୍ଧ ଯୁବକ ଘଟାଇଲା…

16/06/2021 at 8:59 AM

ବଲାଙ୍ଗୀର, ୧୬/୦୬: ବଲାଙ୍ଗିର ଭଳି ସହରରେ ଅଚାନକ ଏମିତି ଆତଙ୍କ ସୃଷ୍ଟି କରିଥିବା ବିକ୍ରମ ପଣ୍ଡା କିଏ? କାହିଁକି ସେ ଏଭଳି କାଣ୍ଡ ଭିଆଇଲେ? ଘଟଣା ପଛର କାରଣ କଣ ହୋଇଥାଇପାରେ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି ।ଦିବ୍ୟଲୋଚନଙ୍କ ପରିବାର ଗୃହବନ୍ଦୀ ହୋଇ ରହିବା ପରେ ବିକ୍ରମ ସେମାନଙ୍କୁ ଛକି ରହି ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ତାଙ୍କୁ ବୁଝାଇବା ପାଇଁ ପୁଲିସ ଫେଲ ମାରିବା ପରେ ବିକ୍ରମଙ୍କ କେତେକ ବନ୍ଧୁଙ୍କୁ ସେଠାରେ ପହଞ୍ଚିଥିଲେ । ସେମାନେ ମଧ୍ୟ ଦୀର୍ଘସମୟ ପର୍ଯ୍ୟନ୍ତ ବୁଝାସୁଝା କରିଥିଲେ ହେଁ ଫେଲ ମାରିଥିଲେ ।

ସେହି ବନ୍ଧୁମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିକ୍ରମ ପଣ୍ଡା ଏକ ଶିକ୍ଷିତ ପରିବାରର । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ନିଜେ ମଧ୍ୟ ଉଚ୍ଚ ଶିକ୍ଷିତ । ବିଜ୍ଞାନରେ ସ୍ନାତକ ହେବାପରେ କମ୍ପ୍ୟୁଟର ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପାଠପଢ଼ା ପରେ ସ୍ଥାନୀୟ ଓମେନ୍ସ କଲେଜ ଛକଠାରେ ଏକ ନେଟ କାଫେ ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ଯୁବକ/ଯୁବତୀମାନେ ଚାକିରି ଆବେଦନ ପାଇଁ ଅନଲାଇନ ଫର୍ମ ଦାଖଲ କରିବାକୁ ସେଠାକୁ ଆସିଥାଆନ୍ତି। ପ୍ରାୟ ୩ବର୍ଷ ତଳେ ଜଣେ ଯୁବତୀ ନିୟମିତ ବିଭିନ୍ନ ଚାକିରି ପାଇଁ ଫର୍ମ ଦାଖଲକରିବାକୁ ସେଠାକୁ ଯାଉଥିଲେ । ସେଇଠାରେ ହିଁ ବିକ୍ରମ ସହିତ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା।

ଯୁବତୀଜଣକ ବଲାଙ୍ଗିରରେ ନିଜର ସମ୍ପର୍କୀୟଙ୍କ ଘରେ ରହି ଚାକିରି ଖୋଜୁଥିଲେ। ଉଭୟଙ୍କ ଭେଟଘାଟକୁ ନେଇ କିଛିମାସ ପରେ ଯୁବତୀଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଏବଂ ଉଭୟଙ୍କ ପ୍ରେମକୁ ବାରଣ କରିଥିଲେ । ଏପରିକି ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ନିଜ ଝିଅପାଇଁ ସରକାରୀ ଚାକିରିଆ ପାତ୍ର ଖୋଜୁଥିବାରୁ ବିକ୍ରମ ଅନେକ ସମୟରେ ବିଚଳିତ ରହୁଥିବା ବନ୍ଧୁମାନେ କହିମାନେ କହିଛନ୍ତି। ଇତିମଧ୍ୟରେ ଯୁବତୀଜଣକ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପାଇଥିଲେ ଏବଂ ସମ୍ପର୍କୀୟଙ୍କ ଘର ଛାଡ଼ି ମେଡ଼ିକାଲ କଲେଜ କ୍ୱାର୍ଟରରେ ରହିଥିଲେ । କିନ୍ତୁ ଚାକିରି ପାଇବା ପରେ ଅଚାନକ ପାରିବାରିକ କଟକଣା ଦର୍ଶାଇ ସେ ଆଉ ବିକ୍ରମଙ୍କୁ ଧରାଛୁଆଁ ଦେଲେ ନାହିଁ କିମ୍ବା କଥାବାର୍ତ୍ତା ହେଲେ ନାହିଁ ।

ଦୀର୍ଘଦିନ ଧରି ଭେଟଘାଟ ନହେବାପରେ ବିକ୍ରମ ମାନସିକ ଦୁଶ୍ଚିନ୍ତା ଅବସାଦ ପାଇଁ କିଛି ଔଷଧ ଖାଇବାକୁ ଲାଗିଲେ । ଏଭଳି ସମୟରେ ଆସନ୍ତା ମାସ ସଂପୃକ୍ତ ଯୁବତୀଙ୍କ ଜଣେ ବ୍ୟାଙ୍କ ଅଧିକାରୀଙ୍କ ସହ ବାହାଘର ସ୍ଥିର ହୋଇଥିବା ଜାଣିବାକୁ ପାଇଥିଲେ । ବିକ୍ରମ ବିଚଳିତ ରହୁଥିଲେ । କିନ୍ତୁ ସମସ୍ତଙ୍କୁ ଚକିତକରି ଏଭଳି ଏକ କାଣ୍ଡ ଭିଆଇବେ ବୋଲି କେହି କଳ୍ପନାସୁଦ୍ଧା କରିନଥିବା ତାଙ୍କର ବନ୍ଧୁମାନେ କହିଛନ୍ତି ।

   Related Posts