Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଅଷ୍ଟ୍ରେଲିଆରେ ବଢୁଛି ସାଇବର ଆକ୍ରମଣ, ଚୀନ ଉପରେ ସନ୍ଦେହ

19/06/2020 at 6:59 PM

ସିଡନୀ: ଅଷ୍ଟ୍ରେଲିଆରେ ସାଇବର ଆକ୍ରମଣ ବଢି ବଢି ଚାଲିଛି। କରୋନା ଭାଇରସ୍‌ ସୃଷ୍ଟିର ତଦନ୍ତ ଦାବି ପରଠାରୁ ଦେଶରେ ଏପରି ଆକ୍ରମଣ ହାର ବଢିଥିବା ବେଳେ ଏହା ପଛରେ ଏବେ ଚୀନର ହାତ ସନ୍ଦେହ କରାଯାଉଛି। ତେବେ ଚୀନ ବିଦେଶ ମନ୍ତ୍ରାଳୟ ଅଷ୍ଟ୍ରେଲିଆର ଅଭିଯୋଗକୁ ଖଣ୍ଡନ କରିଛି। ତେବେ ଚୀନ ହ୍ୟାକର ହିଁ ଏଭଳି କରୁଥିବା ଏବେ ଅଷ୍ଟ୍ରେଲିଆ ସ୍ପଷ୍ଟ ହୋଇସାରିଥିବା ଜଣାପଡିଛି।

କରୋନାଭାଇରସ ମହାମାରୀ ବ୍ୟାପିବା ପରେ ଭୂତାଣୁର ଉତ୍ପତି ତଦନ୍ତ ଦାବି କରିଥିବା ଦେଶଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଅନ୍ୟତମ ଥିଲା। ତେବେ ଅଷ୍ଟ୍ରେଲିଆର ଦାବି ଚୀନ୍‌କୁ ପସନ୍ଦ ଆସିନଥିଲା। ଏଣୁ ଅଷ୍ଟ୍ରେଲିଆ ରପ୍ତାନୀ କରୁଥିବା କିଛି ପଣ୍ୟଦ୍ରବ୍ୟ ଉପରେ ଚୀନ ରୋକ ଲଗାଇଥିଲା। ଏଥିରେ ଅଷ୍ଟ୍ରେଲିଆ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନଥିଲେ ହେଁ ଦେଶ ଉପରେ ସାଇବାର ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଏହାର ଏବେ ତଦନ୍ତ ଚାଲିଥିବା ବେଳେ ଆକ୍ରମଣ ପଛରେ ଚୀନ ହ୍ୟାକରଙ୍କ ହାତ ଥିବା ଆଶଙ୍କା କରାଯାଉଛି। ତେବେ ଚୀନ ବୈଦେଶିକ ମନ୍ତ୍ରାଳୟ  ନିଜ ଆଡୁ ଏପରି କୌଣସି ଗତିବିଧିରେ ସାମିଲ ନଥିବା ସ୍ପଷ୍ଟ କରିଛି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ କୌଣସି ଦେଶର ନାମ ନ ନେଇ କେହିଛନ୍ତି ଯେ ଜଟିଳ ବିଦେଶୀ ତତ୍ୱ ସରକାରୀ, ରାଜନୈତିକ ସଂସ୍ଥା, ଜରୁରି ସେବା ପ୍ରଦାନକାରୀଙ୍କ ତଥ୍ୟ ଚୋରାଇାକୁ ଲଗାତାର ପ୍ରୟାସ ଜାରି ରଖିଛି। ତେବେ ଏଥିଲାଗି ଅଷ୍ଟ୍ରେଲିଆ କାହାରିକୁ ଦାୟି କରିନଥିବା ବେଳେ ଗୁଇନ୍ଦା ସୂଚନା ଅନୁସାରେ ଏବେ ହେଉଥିବା ସାଇବର ଆକ୍ରମଣ ଓ ଗତବର୍ଷ ସଂସଦ ଓ ୩ ରାଜନୈତିକ ଦଳଙ୍କ ଉପରେ ହୋଇଥିବା ଆକ୍ରମଣର ସମାନତା ରହିଛି। ଅତୀତର ଚୀନ ହ୍ୟାକର ଏଭଳି କରିଥିବାର ଜଣାପଡିଥିଲା। ତେବେ ସେତେବେଳେ ମଧ୍ୟ ଅଷ୍ଟ୍ରେଲିଆ ମାମଲାରେ ନିରବ ରହିଥିଲା।

   Related Posts