Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ହୋଣ୍ଡା ପ୍ଲାଣ୍ଟ୍‌ରେ ସାଇବର୍ ଆଟାକ୍, ଭାରତ ଏବଂ ବ୍ରାଜିଲରେ କାମ ଠପ୍

11/06/2020 at 12:14 PM

ନୂଆଦିଲ୍ଲୀ ୧୧।୬: ଜାପାନର କାର୍ ନିର୍ମାଣକାରୀ କମ୍ପାନୀ ହୋଣ୍ଡାର ପ୍ଲାଣ୍ଟରେ ସାଇବର ଆଟାକ୍ ହୋଇଛି । ଫଳରେ ଭାରତ, ତୁର୍କୀ ଏବଂ ବ୍ରାଜିଲର ପ୍ଲାଣ୍ଟ୍ ରେ କାମ ଠପ୍ ହୋଇଯାଇଛି । ଏହି ସାଇବର ଆଟାକ୍ ଏହି ସପ୍ତାହର ଆରମ୍ଭରୁ ହୋଣ୍ଡାର ଇଣ୍ଟରନାଲ ସର୍ଭରରେ ହୋଇଛି ଯେଉଁଠାରୁ କମ୍ପାନୀର ସମସ୍ତ ସିଷ୍ଟମରେ ଏକ ଭାଇରସ୍ ଛଡାଯାଇଛି । ଏ ନେଇ କମ୍ପାନୀର ଜଣେ ପ୍ରବକ୍ତା ଏପିଏଫକୁ ସୂଚନା ପ୍ରଦାନ କରିଛନ୍ତି ।

ଭାରତ ଏବଂ ବ୍ରାଜିଲରେ ହୋଣ୍ଡାର ମୋଟରସାଇକେଲ ପ୍ଲାଣ୍ଟ ଏବଂ ତୁର୍କୀରେ ହୋଣ୍ଡାର କାର୍ ପ୍ଲାଣ୍ଟ ଏହି ସାଇବର ଆଟାକ୍ ର ଶୀକାର ହୋଇଛି । ରିପୋର୍ଟ ଅନୁସାରେ ହୋଣ୍ଡାର ୧୧ଟି ପ୍ଲାଣ୍ଟକୁ ହ୍ୟାକର୍ସମାନେ ଟାର୍ଗେଟ୍ କରିଛନ୍ତି । ଯେଉଁଥିରେ ୫ଟି ପ୍ଲାଣ୍ଟ ଆମେରିକାର ରହିଛି । ପ୍ରବକ୍ତା କହିଛନ୍ତି ଯେ, ହୋଣ୍ଡାର ବ୍ୟବସାୟ ଉପରେ ବିଶ୍ବସ୍ତରରେ ଏହି ସାଇବର ଆଟାକ୍ ର ସୀମିତ ପ୍ରଭାବ ପଡିବ । ବର୍ତ୍ତମାନ କମ୍ପାନୀ ଘଟଣାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ ଯେ, ହୋଣ୍ଡା ସହ ଅନ୍ୟ କାର୍ ନିର୍ମାଣକାରୀ କମ୍ପାନୀଗୁଡିକ କରୋନା ମହାମାରୀ ଯୋଗୁଁ ବିକ୍ରିରେ ମାନ୍ଦାବସ୍ଥା ଭୋଗୁଛନ୍ତି । ଏମିତିରେ ଏହି ସାଇବର୍ ଆଟାକ୍ କମ୍ପାନୀକୁ ଆଉ ଏକ ଝଟକା ଦେଇଛି । ଲକ୍ ଡାଉନ୍ ସମୟରେ ସାଇବର ଆଟାକ୍ ବହୁଳ ଭାବେ ବୃଦ୍ଧି ପାଇଛି । ଏହି ବିଷୟରେ ସାଇବର ପୋଲିସ ଏବଂ ସାଇବର ଏକ୍ସପର୍ଟ ଉଭୟ ସହମତ ଅଛନ୍ତି ।

   Related Posts