'ଡୋମିନସ୍ ଇଣ୍ଡିଆ' ଉପରେ ସାଇବର୍ ଆଟାକ୍, ବିପଦରେ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ଡାଟା

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ,୧୯/୦୪:   ପ୍ରସିଦ୍ଧ ପିଜା ଆଉଟଲେଟ୍ ଡୋମିନସ୍ ଇଣ୍ଡିଆ ସାଇବର୍ ଆଟାକର ଶିକାର ହୋଇଛି । ଏନେଇ ଇସ୍ରାଏଲ୍ ସାଇବର କ୍ରାଇମ୍ ଇଣ୍ଟେଲିଜେନ୍ସର ପ୍ରତିଷ୍ଠାତା ଆଲୋନ୍ ଗାଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡୋମିନସ୍ ଇଣ୍ଡିଆର ୧୩ ଟିବି ଇଣ୍ଟରନାଲ୍ ଡାଟାକୁ ହ୍ୟାକର୍ସମାନେ ଆକସେସ୍ କରିପାରିଛନ୍ତି । ଏଥିରେ କର୍ମଚାରୀଙ୍କ ତଥ୍ୟ ସମେତ ଆଇଟି, ଲିଗାଲ, ଫାଇନାନ୍ସ ଓ ମାର୍କେଟିଂ ସମ୍ବନ୍ଧୀୟ ଡାଟା ରହିଛି ।

ହ୍ୟାକର୍ସଙ୍କ କହିବାନୁସାରେ, ୧୮ କୋଟି ଅର୍ଡର୍ ଡିଟେଲ୍ସ ଆଧାରରେ ଅନେକ ତଥ୍ୟ ମିଳିଛି । ଯେଉଁଥିରେ ଗ୍ରାହକଙ୍କ ଫୋନ ନମ୍ବର, ଇମେଲ ଆଇଡି, ଡେଲିଭରୀ ଆଡ୍ରେସ୍, ପେମେଣ୍ଟ ଡିଟେଲ୍ସ ଓ କ୍ରେଡିଟ୍ କାର୍ଡ ତଥ୍ୟ ରହିଛି ।

ହ୍ୟାକିଂର ଶିକାର ହୋଇଥିବା ତାଲିକାରେ ସେହି ଗ୍ରାହକମାନେ ରହିଛନ୍ତି ଯେଉଁମାନେ ଡୋମିନସ୍ ଇଣ୍ଡିଆ ଆପ୍‌ରୁ ଅର୍ଡର କରିଥିଲେ । ଏବେ ହ୍ୟାକରମାନେ ଡାଟାକୁ ଜଣେ ବିକ୍ରେତାଙ୍କୁ ବିକ୍ରି କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ୪ କୋଟି ଟଙ୍କା ଦାବି କରିଛନ୍ତି । ସେମାନେ ଏକ ସର୍ଚ୍ଚ ପୋର୍ଟାଲ ତିଆରି କରିଛନ୍ତି ଯେଉଁଥିରେ ଡାଟା ସମ୍ବନ୍ଧୀୟ ତଥ୍ୟ ମିଳିପାରିବ । ଡାଟାକୁ ଡାର୍କ ଓ୍ୱେବରେ ବିକ୍ରି କରାଯାଉଛି । ଯାହା ସାଇବର୍ ସ୍କାମର୍ସଙ୍କ ସବୁଠାରୁ ବଡ ପ୍ଲାଟଫର୍ମ । ତେବେ ଡାଟା ଲିକ୍ ବାବଦରେ ଡୋମିନସ୍ ଇଣ୍ଡିଆ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

କମ୍ପ୍ୟୁଟର୍ ଏମରଜେନ୍ସି ରେସପନ୍ସ୍ ଟିମ୍ ତଥ୍ୟ ଅନୁସାରେ, କରୋନା ସମୟରେ ଭାରତ ଉପରେ ପୂର୍ବ ଅପେକ୍ଷା ୩୦୦ ଗୁଣ ଅଧିକ ସାଇବର୍ ଆଟାକ୍ ହୋଇଛି । ୨୦୧୯ରେ ୩୯୪୪୯୯ ଥର ସାଇବର୍ ଆକ୍ରମଣ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ହେଉଛି ୧୧୫୮୨୦୮ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.