Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଧରାପଡିଲା ସାଇବର ଠକ, ରାଜନେତାଙ୍କ ନାଁରେ ଚାଲିଥିଲା ଠକେଇ

9/08/2020 at 8:36 AM

ସୁନ୍ଦରଗଡ଼ ୦୯।୦୮: ରାଜନେତାଙ୍କ ନାଁରେ ଠକେଇ କରୁଥିବା ଅଭିଯୋଗରେ ସୁନ୍ଦରଗଡର ଯୁବକ ଗିରଫ । ଲୋକଙ୍କୁ ଠକିବାର ନୂଆ ଫଣ୍ଡା ଆପଣାଇଥିଲା ଏହି ଯୁବକ । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଉଜ୍ୱଳପୁର ଅଞ୍ଚଳର ଅମନ କୁମାର ଶର୍ମା ।

ସୂଚନାଯୋଗ୍ୟ ଯେ, କିଛି ସ୍ଥାନୀୟ ପ୍ରଭାବୀ ରାଜନେତାଙ୍କ ନାଁ ରେ ଅମନ ଫେସବୁକରେ ଏକ ଆଇଡି ଖୋଲିବା ସହ ସେଥିରେ ସେମାନଙ୍କ ଫଟୋ ରଖିଥିଲା । ସୁନ୍ଦରଗଡ ଅଞ୍ଚଳର ଲୋକଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଥିଲା । ଜଣେ ଯଦି ତାହାକୁ ଆକସେପ୍ଟ କରିଦେଲା , ତାହାଲେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ମେସେଞ୍ଜରରେ ମେସେଜ୍ ପହଞ୍ଚି ଯାଉଥିଲା କି ମୋର ଜଣେ ଚିହ୍ନା ପରିଚିତ ଲୋକ ଅସୁବିଧାରେ ଅଛି ଆଉ ତାକୁ କିଛି ଟଙ୍କା ଦରକାର ଅଛି । 

ଶୀଘ୍ର ଏହି ଆକାଉଣ୍ଟ ନମ୍ବରରେ ଟଙ୍କା  ପଠାଇଦିଅ । ତମେ ତମର ଏକାଉଣ୍ଟ ନମ୍ବର ଦିଅ, ମୁଁ ବାହାରେ ଅଛି ସୁନ୍ଦରଗଡ ଆସିଲେ କାଲି ସକାଳେ ତମକୁ ଟଙ୍କା ପଠାଇ ଦେବି । ଏଥିରେ କିଛି ଲୋକ ଟଙ୍କା ଦେଇ ଦେଉଥିଲେ । ତେବେ ଏହା ବାରମ୍ବାର ହେବା ପରେ ସନ୍ଦେହ କରି ଲୋକ ଖୋଳତାଡ କରିଥିଲେ । ଆଉ ଏହାପରେ ଅସଲ କଥା ସାମ୍ନାକୁ ଆସିଥିଲା । ସ୍ଥାନୀୟ ନେତା ଅଭିଯୋଗ କରିବା ପରେ ସୁନ୍ଦରଗଡ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ଘଟଣାର ତଦନ୍ତ କରୁଥିଲା ।

   Related Posts