ଗିରଫ ହେଲା ସିଆନାଇଡ୍ ଶିବା – ଏପରି ଲୋକଙ୍କୁ କରୁଥିଲା ହତ୍ୟା

Published By : Prameya-News7 Bureau | November 06, 2019 IST

ଏଲୁର ୦୬।୧୧ - ସିଆନାଇଡ୍ ଶିବା ।ସିଆନାଇଡ୍ ମିଶିଥିବା ପ୍ରସାଦ ଦେଇ ୧୦ ଜଣ ଲୋକଙ୍କୁ ହତ୍ୟା। ଏପରି ଜଣେ ଅପରାଧୀକୁ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ପୋଲିସ ଗିରଫ କରିଛି ।ସେ ଏବେ ସିଆନାଇଡ୍ ଶିବା ନାମରେ ପରିଚିତ ହୋଇଛି ।ଏହି ଜଘନ୍ୟ ଅପରାଧୀ ହେଲା ଭେଲ୍ଲାଙ୍କି ସୀମାଦ୍ରି ଓରଫ ଶିବା ।

ସେ ୨୦୧୮ ଫେବ୍ରୁଆରୀରୁ ଚଳିତବର୍ଷ ଅକ୍ଟୋବର ୧୬ ମଧ୍ୟରେ ସିଆନାଇଡ୍ ମିଶ୍ରିତ ପ୍ରସାଦ ଦେଇ ୧୦ ଜଣ ଲୋକଙ୍କୁ ହତ୍ୟା କରିଛି ।ଆନ୍ଧ୍ରପ୍ରଦେଶର କ୍ରିଷ୍ଣା, ଇଷ୍ଟ ଗୋଦାବରୀ ଓ ୱେଷ୍ଟ ଗୋଦାବରୀ ଜିଲ୍ଲାରେ ସେ ଏହିସବୁ ହତ୍ୟାକାଣ୍ଡ ଘଟାଇଛି ।

ତାକୁ ମଙ୍ଗଳବାର ସଂଧ୍ୟାରେ ଆନ୍ଧ୍ରପ୍ରଦେଶର ଏଲୁରୁରେ ଗିରଫ କରାଯାଇଥିବା ୱେଷ୍ଟ ଗୋଦାବରୀ ଏସ୍ପି ନଭଦୀପ ସିଂହ କହିଛନ୍ତି ।ସିଆନାଇଡ୍ ଶିବା ଏଲୁରୁର ବାସିନ୍ଦା ।ସେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ କ୍ଷତି ସହିବା ପରେ ନିଜକୁ ତାନ୍ତ୍ରିକ ଭାବେ ଦର୍ଶାଇଥିଲା ।ଲୋକଙ୍କୁ ପୋତା ଧନ ଏବଂ ମୂଲ୍ୟବାନ ପଥର ଦେବାକୁ ସେ ପ୍ରତିଶ୍ରୁତି ଦେଉଥିଲା।

 ଏପରିକି ସୁନାକୁ ଡବଲ୍ କରିଦେବାର ମଧ୍ୟ ପ୍ରତିଶ୍ରୁତି ଦେଉଥିଲା ସିଆନାଇଡ୍ ଶିବା ।ଲୋକଙ୍କ ଠାରୁ ଟଙ୍କା ସେ ସେ ଧନୀ କରାଇଦେବାର ସ୍ବପ୍ନ ଦେଖାଉଥିଲା ।ଆଉ ଶେଷରେ ପ୍ରସାଦରେ ସିଆନାଇଡ୍ ଦେଇ ହତ୍ୟା କରୁଥିଲା ।ଗତ ଅକ୍ଟୋବର ୧୬ରେ ସେ କେ. ନାଗରାଜୁ ନାମକ ଜଣେ ଶିକ୍ଷକଙ୍କୁ ହତ୍ୟା କରିବା ପରେ ପୋଲିସ ତଦନ୍ତ ବେଳେ ଏହି ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.