ଭାରତର ସବୁଠୁ ଭୟଙ୍କର ସିରିଆଲ କିଲର : ଯିଏ ଶାରିରୀକ ସମ୍ପର୍କ ସ୍ଥାପନ କରି ୨୦ ଯୁବତୀଙ୍କୁ କରିଥିଲା ହତ୍ୟା

Published By : Prameya-News7 Bureau | January 19, 2020 IST

ନୂଆଦିଲ୍ଲୀ ୧୯/୧: ଆପଣ ବହୁତ ବଡ଼ ବଡ଼ ସିରିଆଲ୍ କିଲରଙ୍କ ବିଷୟରେ ଶୁଣିଥିବେ,କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ସିରିଆଲ୍ କିଲର୍ ବିଷୟରେ କହିବାକୁ ଯାଉଛୁ,ତାର ହତ୍ୟା କରିବାର ଢ଼ଙ୍ଗ ନିଆରା ଥିଲା। ତାକୁ ସାଇନାଇଡ କିଲର କିମ୍ବା ସାଇନାଇଡ ମୋହନ ନାଁରେ ଜଣାଯାଏ। ସେ ଭାରତର ଜଣେ ବଡ଼ ଭୟଙ୍କର ସିରିଆଲ କିଲର୍।

{"id":213348,"sizeSlug":"large"}

୨୦୦୯ ମସିହାର ଘଟଣା। କର୍ଣ୍ଣାଟକର ଏକ ଗାଁରେ ରହୁଥିବା ଅନିତା ନାମ୍ନୀ ଜଣେ ଯୁବତୀଙ୍କୁ ଏକ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା। ଦୁହେଁ ବିବାହ କରିବାକୁ ଚାହୁଁଥିଲେ,ତେଣୁ ଅନିତା ତାଙ୍କ ଘରଦ୍ବାର ଛାଡ଼ି ଯୁବକ ନିକଟକୁ ଚାଲିଯାଇଥିଲେ। ଯୁବକ ତାଙ୍କୁ ମନ୍ଦିରରେ ବିବାହ କରିବାକୁ ପ୍ରତିଶ୍ରୃତି ଦେଇଥିଲା,ତେଣୁ ସେହି ଦିନ ସେମାନେ ଏକ ଲଜରେ ରହିଯାଇଥିଲେ। ଯୁବକ ଏହି ଲଜକୁ ଦିନେ ପୂର୍ବରୁ ବୁକ୍ କରି ଦେଇଥିଲା। ସେହି ଦିନ ରାତିରେ ଯୁବକ ଅନିତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। ପର ଦିନ ଅନିତା ଲାଲ ଶାଢ଼ୀ ଓ ଗହଣା ପିନ୍ଧି ରୁମରୁ ବାହାରି ଯାଇଥିଲେ ଏବଂ ହସନ ଜିଲ୍ଲାର ବସ୍ ଷ୍ଟାଣ୍ଟରେ ଅପେକ୍ଷା କରିଥିଲେ। ସେଠାରେ ଯୁବକ ପୂର୍ବରୁ ଆସି ତାଙ୍କ ଅପେକ୍ଷା କରିଥିଲା।

{"id":213349,"sizeSlug":"large"}

ଯୁବକ ଜଣକ ଅନିତାଙ୍କୁ ନିଜ ପକେଟରୁ ଏକ ବଟିକା ବାହାର କରି ଦେଇଥିଲା। ସେ ଅନିତାଙ୍କୁ ଗର୍ଭନିରୋଧକ ବଟିକା କହି ଦେଇଥିଲା। ସେ ଅନିତାଙ୍କୁ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଟୟେଲେଟକୁ ଯାଇ ଖାଇବାକୁ କହିଥିଲା କାରଣ ଏହା ଖାଇବା ଦ୍ବାରା ମୁଣ୍ଡ ଘୂରାଇବା ସମସ୍ୟା ମଧ୍ୟ ହୋଇପାରେ। ଏହି ସମୟରେ ସେ ଅନିତାଙ୍କ ସବୁ ଗହଣା ଖୋଲି ତା’ ନିକଟରେ ରଖି ଦେଇଥିଲା। ଏହାପରେ ଅନିତା ଟୟେଲେଟକୁ ଯାଇ ବଟିକା ଖାଇ ଦେଇଥିଲେ ଏବଂ ତା’ପରେ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଟୟେଲେଟ୍ ବାହାରେ ଅପେକ୍ଷା କରିଥିବା ମହିଳାମାନେ କବାଟ ବାଡ଼େଇଥିଲେ। କବାଟ ନ ଖୋଲିବାରୁ ସେମାନେ ପୋଲିସକୁ ଏବିଷୟରେ ଖବର ଦେଇଥିଲେ।

{"id":213350,"sizeSlug":"large"}

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନୂଆବୋହୂ ବେଶରେ ଥିବା ଅନିତାଙ୍କ ଶବ ଟୟେଲେଟରୁ ବାହାର କରିଥିଲା। ସେହି ସମୟରେ ଅନିତାଙ୍କ ସହ ଥିବା ଯୁବକ ସେଠାରୁ ଫେରାର ହୋଇଯାଇଥିଲା। ପୋଲିସ୍ ଅନୁମାନ କରି ପାରିନଥିଲା ଯେ ଅନିତାଙ୍କ ସହ କେହି ଯୁବକ ଥିଲା। ପୋଲିସ୍ ଏହା ଜାଣିବାକୁ ଚେଷ୍ଟା କରୁଥିଲା ଯେ ଅନିତାଙ୍କ ସହ କିଏ ଥିଲା ଏବଂ ତାଙ୍କ ମୃତ୍ୟୁ କିପରି ହେଲା? ଏହା ପଛରେ ଏକ ଲମ୍ବା କାହାଣୀ ଥିଲା ଯାହା ୨୦୦୩ମସିହାରୁ ଆରମ୍ଭ ହୋଇଥିଲା।

{"id":213351,"sizeSlug":"large"}

୨୦୦୩ରୁ ୨୦୦୯ମଧ୍ୟରେ ଦକ୍ଷିଣ କର୍ଣ୍ଣାଟକର ୬ଟି ସହରର ଭିନ୍ନ ଭିନ୍ନ ବସ୍ ଷ୍ଟାଣ୍ଡ ପାଖରେ ହୋଇଥିବା ଟୟେଲେଟରୁ ୨୦ଜଣ ମହିଳାଙ୍କ ଶବ ମିଳିଥିଲା। ଏହି ସବୁ ଶବରେ ଅନେକ ସାମଞ୍ଜସ୍ୟ ଥିଲା,ଯେପରିକି ସମସ୍ତ ମହିଳାଙ୍କ ଶବ ଟୟେଲେଟ ଭିତରୁ ମିଳିଥିଲା ଏବଂ ସମସ୍ତଙ୍କ ବୟସ ୨୦-୩୨ମଧ୍ୟରେ ଥିଲା। ସମସ୍ତେ ନୂଆବୋହୂର ଡ୍ରେସ୍ ପିନ୍ଧିଥିଲେ ଏବଂ କେହି ବି ଗହଣା ପିନ୍ଧିନଥିଲେ।

{"id":213352,"sizeSlug":"large"}

ବହୁତ ଉଦ୍ୟମ ପରେ ପୋଲିସ୍ ସିରିଆଲ କିଲର ମୋହନକୁ ଧରିବାରେ ସଫଳ ହୋଇଥିଲା। ମାଙ୍ଗାଲୋର କୋର୍ଟ ୨୦୧୩ମସିହାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.