Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଆଜି CWC ବୈଠକ, କଂଗ୍ରେସ ସଭାପତି ଚୟନ ନେଇ ହେବ ନିଷ୍ପତ୍ତି

24/08/2020 at 9:45 AM

ନୂଆଦିଲ୍ଲୀ ୨୪।୦୮: କଣ ସୋନିଆ ଗାନ୍ଧି କଂଗ୍ରେସର ସଭାପତି ରହିବେ ନାଁ ଅନ୍ୟ କେହି ସଭାପତି ହେବେ। ଆଜି ସିଡବ୍ଲୁସି ବୈଠକରେ ଏହା ଉପରେ ହେବ ଆଲୋଚନା। କଂଗ୍ରେସ ଅନ୍ତରୀଣ ସଭାପତି ପଦରୁ ଇସ୍ତଫା ଦେବା ଲାଗି ସୋନିଆ ଗାନ୍ଧି ଆଗ୍ରହଣ ପ୍ରକାଶ କରିଛନ୍ତି।

ସେହିପରି କଂଗ୍ରେସର କିଛି ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ସଭାପତି କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାହୁଲ ଏବେ ପୁଣି ସଭାପତି ହେବା ପାଇଁ ଅନିଚ୍ଛୁକ। ଶାସକ ବିଜେପି ରାହୁଲ ଗାନ୍ଧିଙ୍କୁ ଡରୁଥିବାରୁ ତାଙ୍କୁ ସଭାପତି କରିବା ଲାଗି କିଛି ସଦସ୍ୟ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେପଟେ କଂଗ୍ରେସର ସ୍ଥାୟୀ ସଦସ୍ୟ ଚୟନ କରିବା ଲାଗି କିଛି ସଦସ୍ୟ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଦଳର କିଛି ନେତା ତାଙ୍କୁ ପଦ ଛାଡ଼ିବା ଓ ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଯେଉଁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ସୋନିଆ ସମ୍ମାନ ଜଣାଇଛନ୍ତି । ଏପରିକି ପଦ ଛାଡ଼ିବାକୁ ନିଜର ଆଗ୍ରହବ୍ୟକ୍ତ କରିଛନ୍ତି । ତେଣୁ ଆଜି ବସିବାକୁ ଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହେବ।  ଆଗାମୀ ଦିନରେ କଂଗ୍ରେସର କିଏ ଅଧ୍ୟକ୍ଷ ହେବେ , ତାହା ମଧ୍ୟ ଜଣାପଡିବ ।

   Related Posts