Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ମୋଦିଙ୍କ ଗଡରେ ପ୍ରିୟଙ୍କା ଓ ରାହୁଲ : ମାରିଲେ ଗୋଟିଏ ପରେ ଗୋଟିଏ ତୀର, ୫୮ ବର୍ଷ ପରେ ଗୁଜରାଟରେ ସିଡବ୍ଲୁସି ବୈଠକ

12/03/2019 at 7:13 PM

ନିର୍ବାଚନ ପୂର୍ବରୁ ମୋଦିଙ୍କ ଗଡରେ କଂଗ୍ରେସ କରିଛି ରଣନୀତି । ରାହୁଲ ଓ ପ୍ରିୟଙ୍କା ମିଶି ମୋଦିଙ୍କୁ ଦେଇଛନ୍ତି ଆହ୍ବାନ। ପ୍ରଥମେ ଗୁଜରାଟର ଅହମ୍ମଦାବାଦରେ ସିଡବ୍ଲୁସି ବୈଠକରେ ଏକାଠି ହୋଇଥିଲେ କଂଗ୍ରେସ ନେତାଏ । ୫୮ ବର୍ଷ ପରେ କଂଗ୍ରେସ ଗୁଜରାଟରେ ସିଡବ୍ଲୁସି ବୈଠକ କରିଥିଲା। ଆଉ ଏହାପରେ ସାଧାରଣ ସଭାରେ ସଂମ୍ବୋଧନ କରିଥିଲେ।

ମୋଦିଙ୍କ ଗଡ଼ରେ ଭାଇ ଭଉଣୀଙ୍କ ଗର୍ଜନ।  ଏ ହେଉଛି ସେହି ଗୁଜରାଟ ଯେଉଁଠି ଲଗାତର ଭାବେ କଂଗ୍ରେସ ଖରାପ ପ୍ରଦର୍ଶନ କରିଆସୁଛି।  ୨୦୧୪ରେ ଖାତା ଖୋଲିପାରିନଥିଲା।  ଏବେ ଗୁଜରାଟ ରହିଛି କଂଗ୍ରେସର ଫୋକସରେ।  ୫୮ ବର୍ଷ ପରେ ଗୁଜରାଟରେ କଂଗ୍ରେସ ୱାର୍କିଂ କମିଟି ବୈଠକ କରିଛି । ଅହମ୍ମଦାବାଦରେ ପହଞ୍ଚି ପ୍ରଥମେ ସାବରିମତୀ ଆଶ୍ରମରେ ରାମଧୁନ ଶୁଣିଥିଲେ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ କଂଗ୍ରେସର ଛାମୁଆ ନେତାଏ। ସର୍ଦ୍ଦାର ପଟେଲଙ୍କୁ ବି ଶ୍ରଦ୍ଧାଞ୍ଜଳି ଦେଇଥିଲେ।  

ଆଉ ତାପରେ  ବସିଥିଲେ ରଣନୀତି ପ୍ରସ୍ତୁତିରେ। ହାରଜିତର ଅଙ୍କ କଷିବାକୁ।    ତାପରେ ବିରାଟ ସାଧାରଣ ସଭାରେ ବର୍ଷିଥିଲେ ପ୍ରିୟଙ୍କା ଓ ରାହୁଲ।  ଦଳର ମହାସଚିବ ହେବା ପରେ ଏ ହେଉଛି ପ୍ରିୟଙ୍କାଙ୍କ ପ୍ରଥମ ରାଲି ସମ୍ବୋଧନ। ଆଉ ଟାର୍ଗେଟରେ ଥିଲେ ମୋଦି କେବଳ ମୋଦି।  ଉଠାଇଥିଲେ ଆତଙ୍କବାଦ ପ୍ରସଙ୍ଗ। ଦେଶର ଏକତା ପ୍ରସଙ୍ଗ।

ଜାତୀୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଥିବା ସୋନିଆ ଗାନ୍ଧି ଅଭିଯୋଗ କରିଥିଲେ । ସେହିଭଳି ମୋଦି ସରକାର ସମୟରେ ଦେଶର ଅର୍ଥନୈତିକ ପ୍ରଗତି କିଭଳି ବାଧାପ୍ରାପ୍ତ ହୋଇଛି ଏବଂ ବେକାରୀ ସମସ୍ୟା ବଢିଛି, ସେନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ।  ମୋଦି ସରକାର ଆରବିଆଇ, ସିବିଆଇ. ଇଡିକୁ ରାଜନୈତିକ ପ୍ରତିଶୋଧ ପାଇଁ ବ୍ୟବହାର କରୁଥିବା ରାହୁଲ ଅଭିଯୋଗ କରିଛନ୍ତି।  ସାଂପ୍ରତିକି ପରିସ୍ଥିତିରେ ବିଜେପିକୁ କେମିତି ଟକ୍କର ଦେଇହେବ ତାର ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ଆଉ ଏପଟେ କଂଗ୍ରେସକୁ ଜବାବ ଦେଇଛି ବିଜେପି।

 ଏହି ଅବସରରେ ପଟିଦାର ଆନ୍ଦୋଳନର ନେତା ହାର୍ଦିକ ପଟେଲ କଂଗ୍ରେସରେ ଯୋଗଦେଇଛନ୍ତି। ଗୁଜରାଟରେ ତାଙ୍କର ଭୋଟଭାଗ ରହିଛି। ଫାଇଦାରେ ରହିବ କଂଗ୍ରେସ। ସେପଟେ କିନ୍ତୁ ଗୁଜୁରାଟର କିଛି କଂଗ୍ରେସ ନେତା ପଦ୍ମ ପୋଖରୀକୁ ଲମ୍ଫ ମାରିଛନ୍ତି। ମାନେ କ୍ଷତି ହିଁ କ୍ଷତି।

   Related Posts