ସିଡବ୍ଲୁସି ବୈଠକ ନିଷ୍ପତ୍ତି : ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ ୧୦।୮:  କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏଥିରେ ଦଳର ପୂର୍ବତନ ଜାତୀୟ ସଭାପତି ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି। ସୋନିଆ ୧୯୯୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଦଳର ଜାତୀୟ ସଭାପତି ଦାୟିତ୍ୱ ତୁଲାଇଥିଲେ। ତେବେ ତାଙ୍କୁ ପୁଣି ମଧ୍ୟବର୍ତ୍ତି କାଳୀନ ଅଧ୍ୟକ୍ଷ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି।

{"id":143027}

ପୂର୍ବରୁ ଗାନ୍ଧି ପରିବାର ବାହାରୁ ଦଳ ନିମନ୍ତେ ଅଧ୍ୟକ୍ଷ ନିର୍ବାଚନ କରିବାକୁ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳକୁ ପରାମର୍ଶ ଦେଇଥିଲେ। ହେଲେ ଦଳର କାର୍ଯ୍ୟକାରିଣୀରେ ଦିନ ତମାମ ମାନସ ମନ୍ଥନ କରାଯିବା ପରେ ବି ଗାନ୍ଧି ପରିବାର ବାହାରୁ ଜଣେ ନେତାଙ୍କୁ ବାଛି ପାରିନାହିଁ। ତେବେ ଏହି ନିଷ୍ପତ୍ତିରୁ ନିଜକୁ ଦୂରେଇ ରଖିବା ଲାଗି ମଧ୍ୟହ୍ନରେ ରାହୁଲ ଓ ସୋନିଆ ବୈଠକ ଛାଡି ଚାଲିଯାଇଥିଲେ। ହେଲେ ଏହାର ପ୍ରଭାବ ବୈଠକ ଉପରେ ପଡି ନାହିଁ।

{"id":143028}

ତେବେ ଗତ ସାଧାରଣ ନିର୍ବାଚନ ପରେ ଅନେକ ବରିଷ୍ଠ ନେତା ଦଳର ଅଖିଳଭାରତୀୟ ସଭାପତି ହେବା ପାଇଁ ଗଣମାଧ୍ୟମରେ ବୁକୁ ଫଟା ଚିତ୍କାର କରିଥିଲେ ମଧ୍ୟ କାର୍ଯ୍ୟକାରଣୀ ବୈଠକରେ ସମସ୍ତେ ଚୁପା ହୋଇଯାଇଛନ୍ତି। ଫଳରେ ଅଧ୍ୟକ୍ଷ ଦାୟିତ୍ୱ ବୁଲି ବୁଲି ସୋନିଆଙ୍କ ଝୁଲାରେ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.