ସିବିଆଇ ବିବାଦ ମାମଲା : ଆଜି ରିପୋର୍ଟ ଦେବ ସିଭିସି, ସିବିଆଇ ମୁଖ୍ୟଙ୍କୁ କ୍ଲିନଚିଟ୍ ମିଳିବା ସମ୍ଭାବନା
Published By : Prameya-News7 Bureau | November 16, 2018 IST
ନୂଆଦିଲ୍ଲୀ ୧୬|୧୧: ପ୍ରମାଣ ଅଭାବରୁ କ୍ଲିନ୍ ଚିଟ୍ ପାଇବେ ସିବିଆଇ ମୁଖ୍ୟ ଆଲୋକ ବର୍ମା! ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ରାକେଶ ଅସ୍ଥାନା ଆଣିଥିବା ଲାଞ୍ଚ ଅଭିଯୋଗର ତଦନ୍ତରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍ କିଛି ପ୍ରମାଣ ପାଇନଥିବା ଜଣାଯାଇଛି। ଆଲୋକ ବର୍ମା କିଛି ଟଙ୍କା କାରବାର କରିଥିବାର ପ୍ରମାଣ ମିଳିନାହିଁ। ତେଣୁ ତାଙ୍କ ନାମରେ ଆସିଥିବା ଲାଞ୍ଚ ଅଭିଯୋଗରୁ ତାଙ୍କୁ ମୁକ୍ତ କରିଦିଆଯିବାର ସମ୍ଭାବନା ବଢ଼ିବାରେ ଲାଗିଛି। କିନ୍ତୁ ଆଲୋକ ବର୍ମା “ପ୍ରଶାସନିକ ତ୍ରୁଟି” କରିଥିବାର ପ୍ରମାଣ ସିଭିସିଙ୍କ ହସ୍ତଗତ ହୋଇଛି। ସିଭିସି ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ଆଜି ଠାରୁ ଶୁଣାଣି ଆରମ୍ଭ ହେବାର ଅଛି, ତେଣୁ ଆଜି ହିଁ ଆଲୋକ ବର୍ମା ତାଙ୍କ ନାମରେ ଆସିଥିବା ମୁଖ୍ୟ ଅଭିଯୋଗରେ କ୍ଲିନ୍ ଚିଟ୍ ପାଇବାର ସମ୍ଭାବନା ଅଛି। ଏହି ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ , କିନ୍ତୁ ସିଭିସି ଗୋଟିଏ ଦିନ ଡେରିରେ ଏହାକୁ ଦାଖଲ କରି କ୍ଷମା ପ୍ରାର୍ଥନା କରିଥିଲେ।