Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସାଂସଦଙ୍କ ଲେଟରହେଡ୍ ଓ ନକଲି ସ୍ୱାକ୍ଷରରେ CVCଙ୍କୁ କରାଯାଉଛି ଅଭିଯୋଗ ! ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ

29/10/2021 at 4:04 PM

ନୂଆଦିଲ୍ଲୀ ୨୯।୧୦: କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ଏବେ ସାଂସଦଙ୍କ ଲେଟର ହେଡ ଓ ସ୍ୱାକ୍ଷର ଥିବା ଅଭିଯୋଗ ପତ୍ରକୁ ନେଇ କଡା ଆଭିମୁଖ୍ୟୃ ଗ୍ରହଣ କରିବେ ବୋଲି ଜଣାପଡିଛି। ଏପରି ଅଭିଯୋଗ ସବୁ ଭିତ୍ତିହୀନ ଓ ଅଭିଷନ୍ଧିମୂଳକ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ମାମଲାରେ ସିଭିସି ସମ୍ପୃକ୍ତ ସାଂସଦ ଓ ଭିଆଇପିଙ୍କ ସହ ସମ୍ପର୍କ କରିବା ପରେ ହିଁ ଯାହା କାର୍ଯ୍ୟାନୁଷ୍ଠାନ  କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏଭଳି ଅଭିଯୋଗପତ୍ର ସବୁ ପଠାଇଥିବା ଲୋକଙ୍କର ମଧ୍ୟ ସିଭିସି ଯାଞ୍ଚ କରିବେ । ଏଣୁ ବ୍ୟକ୍ତିଗତ ଆକ୍ରୋଶରୁ ଏପରି ଅଭିଯୋଗ କରିଥିବା ଲୋକେ ସିଭିସିଙ୍କ କୋପର ଶିକାର ହେବା ଏବେ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏଥିରୁ ଅଧିକାଂଶ ଅଭିଯୋଗ ବ୍ୟକ୍ତିଗତ ଆକ୍ରୋଶରୁ ବୋଲି ସ୍ପଷ୍ଟ ଅନୁମାନ କରି ହେଉଛି। ଯଦି କୌଣସି ଅଧିକାରୀ କିଛି ଭୁଲ କାମ କରିବାକୁ ରାଜି ହେଉ ନାହାନ୍ତି, ଫାଇଲ କାଢିବାରେ ବିଳମ୍ବ କରୁଛନ୍ତି ଏପରି କ୍ଷେତ୍ରରେ ଅଧିକାରୀଙ୍କୁ ଲକ୍ଷ କରି ଏହି ସବୁ ଅଭିଯୋଗ ହୋଇଛି।

କେବଳ ସାଂସଦଙ୍କ ଲେଟର ହେଡ ନୁହେଁ ଭିଆଇପି ମଧ୍ୟ କରିଛନ୍ତି ଅଭିଯୋଗ
ସିଭିସିଙ୍କ ଅନୁସାରେ କେବଳ ସାଂସଦଙ୍କ ଲେଟର ହେଡରେ ନୁହେଁ ଭିଆଇପିମାନେ ମଧ୍ୟ ଏପରି ଅଭିଯୋଗ କରିବାରେ ପଛରେ ନାହାନ୍ତି। ଏପରି ଲୋକେ ନିଜ ଲେଟର ହେଡରେ ସମ୍ପର୍କିତ ଅଧିକାରୀଙ୍କ ନାମ ଓ ପଦ ଲେଖି କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ତେବେ ଏପରି ଲେଟର ହେଡ ଓ ଏଥିରେ ଥିବା ସ୍ୱାକ୍ଷର ପ୍ରାୟ ନକଲି ବୋଲି ଲାଗୁଥିବା କୁହାଯାଇଛି। ତେବେ ଏପରି ଚିଠିପତ୍ରରେ ଅଭିଯୋଗର ବିସ୍ତୃତ ସୂଚନା ମଧ୍ୟ ରହୁନାହିଁ।

ଇ-ମେଲରେ ବି ମିଳୁଛି ଅଭିଯୋଗ
ସିଭିସିଙ୍କୁ ଅଭିଯୋଗ କେବଳ ସାଂସଦ ଓ ଭିଆଇପିଙ୍କ ଲେଟର ହେଡରେ ସୀମିତ ନାହିଁ। ଆୟୋଗଙ୍କ ଅଧିକାରୀମାନଙ୍କ ଇ-ମେଲରେ ମଧ୍ୟ ଅଭିଯୋଗ ବଢ଼ିବାରେ ଲାଗିଛି। ତେବେ ଅଭିଯୋଗ ପୁଷ୍ଟି ହେଉ ନଥିଲେ ସେପରି ଇ-ମେଲ ଅଭିଯୋଗ ମାମଲା ଯୋଗ୍ୟ ହେଉ ନାହିଁ। ଏଣୁ ଏପରି ଅସମ୍ପୂର୍ଣ୍ଣ ଅଭିଯୋଗଗୁଡିକର ଏବେ ଯାଞ୍ଚ ଲାଗି ସିଭିସି ବିଚାର କରୁଥିବା ଜଣାପଡିଛି। ସାଂସଦ, ଭିଆଇପିଙ୍କ ଲେଟର ହେଡ ଓ ଅଧିକାରୀଙ୍କ ଇ-ମେଲରେ ଆସୁଥିବା ଏପରି ମେଲ ଗୁଡିକୁ ଏବେ ଯାଞ୍ଚ ଲାଗି ସ୍କୃଟିନିକରାଯିବ ବୋଲି ସିଭିସି କହିଛନ୍ତି।  

   Related Posts