କଳିଙ୍ଗନଗର ଶିଳ୍ପାଞ୍ଚଳ ଗଣଶବଦାହ ସ୍ଥଳୀ ବୀରଭୂମି ପଡିଆରେ କଟା ହାତ ପାପୁଲି ଫିଙ୍ଗାଯିବା ନେଇ ଉତ୍ତେଜନା

Published By : Prameya-News7 Bureau | November 18, 2018 IST

ଯାଜପୁର ୧୮/୧୧: କଳିଙ୍ଗନଗର ଶିଳ୍ପାଞ୍ଚଳ ଗଣଶବଦାହସ୍ଥଳୀ ବୀରଭୂମି ପଡିଆରେ କଟା ହାତ ପାପୁଲି ଫିଙ୍ଗାଯିବା ନେଇ ଉତ୍ତେଜନା ଦେଖାଦେଇଛି। ବିଳମ୍ବ ରାତିରେ ଜଉମୁଦା ବାକ୍ସ ଖୋଲି କେହି ବିରୋଧୀ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ୨୦୦୬ ଜାନୁଆରୀ ୨ତାରିଖ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ଶବ ବ୍ୟବଚ୍ଛେଦ ସମୟରେ ମୃତକଙ୍କ ହାତ ପାପୁଲି କରାଯାଇଥିଲା। ବୀରଭୂମି ପଡିଆରେ କଟାପାପୁଲି ଗୁଡିକ କ୍ଲବ୍ ଘରେ ଜଉମୁବ ବାକ୍ସରେ ରଖାଯାଇଥିଲା। ପାପୁଲିଗୁଡିକର ଡିଏନଏ ଟେଷ୍ଟ ପାଇଁ ଦାବୀ କରିଆସିଥିଲା ବିସ୍ଥାପନ ବିରୋଧୀ ଜନମଞ୍ଚ। ଆଜି ସକାଳୁ କଟାପାପୁଲି ଗୁଡିକ ଏଣେତେଣେ ପଡିଥିବା ଦେଖାଯାଇଥିଲା । ପାପୁଲି ଫିଙ୍ଗାଯିବାକୁ ନେଇ ବୀରଭୂମି ପଡିଆରେ ବିରୋଧୀ ଏକାଠି ହୋଇ ଘଟଣାର ତଦନ୍ତ ଚଳାଇଛନ୍ତି ଓ ଦୋଷୀଙ୍କ ଗିରଫ ପାଇଁ  ବିରୋଧୀ ଜନମଞ୍ଚ ସଦସ୍ୟ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.