Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବରମୁଣ୍ଡା ଓଭରବ୍ରିଜ୍ ପାଖ ସରକାରୀ ଫାର୍ମରୁ ମିଳିଲା ମଣିଷର କଟା ଗୋଡ, ପୋଲିସର ତଦନ୍ତ ଆରମ୍ଭ

12/11/2019 at 3:43 PM

ଭୁବନେଶ୍ବର ୧୨।୧୧: ଭୁବନେଶ୍ବର ବରମୁଣ୍ଡା କୃଷି ଫାର୍ମ ପାଖ ନାଳ ଭିତରୁ ମିଳିଛି ମଣିଷର କଟା ହୋଇଥିବା ଗୋଡ । ତେବେ ଶରୀରର ଅନ୍ୟ କୌଣସି ଅଙ୍ଗ ଆଖପାଖ ଅଞ୍ଚଳରେ ପଡିଥିବା ଦେଖିବାକୁ ମିଳିନାହିଁ । ଏହି ଘଟଣା ନଜରକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ୧୫ ନଂ ପିସିଆର ପହଞ୍ଚି ଗୋଡକୁ ଜଗି ରହିଛି । କୌଣସି ବ୍ୟକ୍ତିକୁ ହତ୍ୟା କରି ଓଭରବ୍ରିଜ୍ ଉପରୁ ନାଳକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ତେବେ ଶରୀରର ଅନ୍ୟ ଅଙ୍ଗ ମିଳୁନଥିବାରୁ ହତ୍ୟାକାରୀ ପ୍ରମାଣ ଲୁଚେଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କର ଭିନ୍ନ ଭିନ୍ନ ଅଙ୍ଗ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଥାଇ ପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ଏକ ସ୍ପର୍ଶ କାତର ଏବଂ ବିରଳ ଘଟଣା ହୋଇଥିବାରୁ ପୋଲିସ ଅତି ସତର୍କତାର ସହ ଏହାକ ତଦନ୍ତ କରୁଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ନେବା ଲାଗି ମଧ୍ୟ ଖଣ୍ଡଗିରି ପୋଲିସ ଉଦ୍ୟମ କରିଛି ।

   Related Posts