ନଦୀରୁ ମିଳିଲା ବୃଦ୍ଧଙ୍କ କଟା ମୁଣ୍ଡ, ହତ୍ୟା ପରେ ମୁଣ୍ଡ କାଟିନେଇଥିଲେ ଦୁର୍ବୃତ୍ତ

Published By : Prameya-News7 Bureau | November 14, 2019 IST

ମୋହନା ୧୪।୧୧: ଗଜପତି ଜିଲ୍ଲା ମୋହନା ଥାନା ମେରାମା ସୌରାସାହି ଗାଁ ନିକଟରେ ବୃଦ୍ଧଙ୍କୁ ହତ୍ୟା ପରେ ଦୁର୍ବୃତ୍ତ କାଟି ନେଇଥିବା ମୁଣ୍ଡ ନଦୀରୁ ଉଦ୍ଧାର ହୋଇଛି । କଟା ମୁଣ୍ଡ ସହ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ ।

{"id":183706,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ସୋମବାର ସନ୍ଧ୍ୟାରେ ସୌରାସାହିରେ ଦାସୁ ମଲ୍ଲିକଙ୍କୁ ହତ୍ୟା ପରେ ମୁଣ୍ଡ କାଟିଦେଇଥିଲେ ହତ୍ୟାକାରୀ । ଦାସୁ ନିଜ ପୁଅମାନଙ୍କ ସହ ମକା ବାଡ଼ିରେ କାମ କରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଖୋଜିବା ସହ ପୁଅମାନଙ୍କୁ ତାଙ୍କ ବିଷୟରେ ପଚାରିଥିଲେ । ଏହାପରେ ଦାସୁ ନିକଟସ୍ଥ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ । ମାତ୍ର ସେ ନଫେରିବାରୁ ପୁଅମାନେ ବାପାଙ୍କୁ ଖୋଜିବା ପରେ ବାପାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବା ଦେଖିଥିଲେ ।

{"id":183707,"sizeSlug":"large"}

ପୂର୍ବ ଶତ୍ରୁତାକୁ ନେଇ ବେଣିପଦରର କିଛି ଲୋକ ଏଭଳି  କାଣ୍ଡ ଘଟାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଦୁର୍ବୃତ୍ତକୁ ଧରିବା ପାଇଁ ପୋଲିସ ତନାଘନା କରିବା ସହ କଟା ମୁଣ୍ଡ ନଦୀରୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.