Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ତପନ ନାୟକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଧରିବାକୁ ଗଠନ ହେଲା ୩ଟି ଟିମ୍

10/06/2019 at 1:01 PM

କଟକ ୧୦/୬ : ଜୋବ୍ରା ବ୍ୟାରେଜ ଗେଟରେ ମାଛ ମରାକୁ କେନ୍ଦ୍ର କରି କଟକରେ ଗଡିଛି ମୁଣ୍ଡ । ଗୋଟିଏ ଗୋଷ୍ଠୀର ଛୁରା ମାଡରେ ଜୋବ୍ରା ନଦୀ କୁଳ ସାହିର ତପନ ନାୟକ ଙ୍କ ଘଟିଛି ମୃତ୍ୟୁ । ଗତ କାଲି ରାତିରେ ତପନଙ୍କୁ ସେହି ଜୋବ୍ରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରଞନ ମହାନ୍ତି ପୁଅ ହାପି ମହାନ୍ତି ଗୋଷ୍ଠୀ ଛୁରା ମାଡ କିର ଫେରାର ହୋଇଯାଇଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୩ଟି ପୋଲିସ ଟିମ ଗଠନ କରାଯାଇ ଚଡାଉ ଜାରି ରହିଥିବା କହିଛନ୍ତି ଅତିରିକ୍ତ ଡିସିପି ।


ଦିର୍ଘ ବର୍ଷ ପରେ କଟକରେ ଗଡିଛି ମୁଣ୍ଡ । ଯୋବ୍ରା ବ୍ୟାରେଜ ଗେଟରେ ମାଛ ମରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଯାଇଛି ଜୋବ୍ରା ଅଞ୍ଚଳର ତପନ ନାୟକଙ୍କ ମୁଣ୍ଡ । ଦୁର୍ଦ୍ଦାନ୍ତ ଅପରାଧୀ ରଞନ ମହାନ୍ତି ପୁଅ ହାପି ମହାନ୍ତି ଓ ତାଙ୍କ ସହଯୋଗୀଙ୍କ ଛୁରା ମାଡରେ ଜୋବ୍ରା ନଦୀ କୁଳ ସାହିର ତପନ ଙ୍କ ମୃତ୍ୟୁ ହୋଇଥିବା ବେଳେ ତପନ ସହଯୋଗୀ ସିଲୁ ଆହାତ ହୋଇଛି । ଗତ କାଲି ରାତିରେ ତପନ ଓ ସିଲୁ ଘରେ ଥିବା ବେଳେ ହାପି ଓ ତାର ସହଯୋଗୀ ଆସି ତପନକୁ ଘରୁ ଡାକିଥିଲେ । ତପନ ଓ ସିଲୁ ଆସିବା କ୍ଷଣି ହଠାତ ଛୁରାରେ ଆକ୍ରମଣ କରିଥିଲେ । ତେବେ ତପନଙ୍କୁ ଗୁରତ୍ବର ଅବସ୍ଥାରେ ଏସିବି ମେଡାକିଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ତାଙ୍କ ମୃତ୍ୟୁ ଘଟିଛି । ତେବେ ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ ଦାବୀ ରେ ହୋ ହଲ୍ଲା କରିଥିଲେ । ଉତ୍ତେଜନା କୁ ଦୃଷ୍ଟିରେ ରଖି ଏ.ସି.ବି ମେଡିକାଲରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।


ବ୍ୟାରେଜ ମାଛ ମରା ବିବାଦ ଦିର୍ଘ ଦିନରୁ ଲାଗି ରହିଥଇଲା । ତେହେ ତପନ ଗୋଷ୍ଠୀ ଓ ହାପି ଗୋଷ୍ଠୀ ପୂର୍ବରୁ ମଧ୍ୟ ଗଣ୍ଡଗୋଳ ଘଟିଥିଲା । ଯାହକୁ ନେଇ ଗତ ଡିସିମ୍ବରେ ତପନକୁ ଏନକାଉଣ୍ଟର କରିଥିଲା ପୋଲିସ । ଏହା ପରେ ତପନ ଜେଲରେ ରହିଥିବା ବେଳେ ନିକଟରେ ହାପି ମଧ୍ୟ ବନ୍ଧୁକ କାରବାରେ ଗିରଫ ହୋଇ ଜେଲର ଥିଲା । ନିକଟରେ ୧୦ ଦିନ ହେବ ଉଭୟ ଜେଲରୁ ଆସିଥିଲେ । ଜେଲରୁ ମୁକୁଳିବା ପରେ ଉଭୟଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ହରିଥିଲା ଯାହା ଗତ କିଲା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତିନୋଟି ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।


ମୃତ ତପନ ନାୟକ ନାମରେ ହତ୍ୟା ଦାଦାବଟି ଆଦାୟ ବୋମା ମାଡ ଭଳି ୧୨ ଟି ସଙ୍ଗୀନ ମାମଲା ରହିଥିବା ବେଳେ ହାପି ନାଁ ରେ ମଧ୍ୟ ୫ ରୁ ଉର୍ଦ୍ଧ ମାମଲା ଥିବା ପୋଲିସ ସୂତ୍ରର ଜଣା ପଡିଛି ।

   Related Posts