ସରକାର କା ମାଲ୍ ଦରିଆ ମେ ଡାଲ୍ : ଟ୍ରାନଜିଟ୍ ହାଉସ୍ ଏବେ ପାଲଟିଛି ଭୂତ କୋଠି

Published By : Prameya-News7 Bureau | February 27, 2020 IST

କଟକ ୨।୨: ସରକାର କା ମାଲ୍ ଦରିଆ ମୈ ଡାଲ୍, କିଛି ଏହିଭଳି ନୀତି ଆପଣେଇଛି କଟକ ମହାନଗର ନିଗମ । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ଲାଗି କଟକ ତୁଳସୀପୁରରେ ନିର୍ମାଣ ହୋଇଥିବା ଟ୍ରାନଜିଟ୍ ହାଉସ୍ ଏବେ ଭୂତ କୋଠି ପାଲଟିଛି । ଆଉ ସବୁଠୁ ବଡ କଥା ହେଲା ଯେଉଁମାନଙ୍କ ଲାଗି ଟ୍ରାନଜିଟ୍ ହାଉସ୍ ନିର୍ମାଣ ହୋଇଥିଲା ସେମାନେ ବି ଏବେ ସେଠାରେ ନାହାନ୍ତି । ତେଣୁ ପ୍ରଶ୍ନ ଉଠୁଛି ଏହି ଟ୍ରାନଜିଟ୍ ହାଉସର ଭବିଷ୍ୟତ କଣ ।

{"id":229909,"sizeSlug":"large"}

କଟକ ତୁଳସୀପୁର ତଅଁଳା ସାହି ବସ୍ତିର ବିକଳ୍ପ ଭାବେ ଠିଆ ହୋଇଥିଲା ଟ୍ରାନଜିଟ୍ ହାଉସ । ଏଥିପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ସେତେବେଳେ ଏଠାରେ ମୁଣ୍ଡ ଗୁଞ୍ଜିଥିଲେ ତଅଁଳା ସାହିର ୨ ଶହ ୬୮ ପରିବାର । କିନ୍ତୁ ଫନି ବାତ୍ୟା ଟ୍ରାନଜିଟ୍ ହାଉସକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା । ଅଧା ଘରର ଆଜବେଷ୍ଟସ ଉଡିଯାଇଛି । ଘର ଗୁଡିକର କବାଟ ଝରକା ବି ଠିକ୍ ନାହିଁ । ତେଣୁ ବାତ୍ୟା ପରେ ତଅଁଳା ସାହି ବସ୍ତି ବାସିନ୍ଦା ଟ୍ରାନଜିଟ୍ ହାଉସ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏବେ ହାତ ଗଣତି କେତୋଟି ପରିବାର ଏଠି ମୁଣ୍ଡ ଗୁଞ୍ଜିଛନ୍ତି । 

{"id":229910,"sizeSlug":"large"}

୨୦୧୫ ମସିହାରେ ତଅଁଳା ସାହି ବସ୍ତିକୁ ଉଚ୍ଛେ କରଗଲା ଏବଂ ଶତାଧିକ ପରିବାରଙ୍କୁ ବେଘର କରିଥିଲା ସିଏମସି ପ୍ରଶାସନ । ଉଦ୍ଦେଶ୍ୟ ଥିଲା ସମ୍ପୃକ୍ତ ସ୍ଥାନରେ ଅଟ୍ଟାଳିକ ତିଆରି ହେବ ଏବଂ ବସ୍ତି ବାସିନ୍ଦାମାନଙ୍କୁ ସ୍ଥାୟୀ ଘର ମିଳିବ । ସେହି ଯୋଜନା ଯଦିଓ ପୂର୍ଣ୍ଣାଙ୍ଗ ରୂପ ପାଇନାହିଁ, କିନ୍ତୁ ଅପରପକ୍ଷେ ତଅଁଳା ସାହି ବାସିନ୍ଦାଙ୍କ ଲାଗି ଟ୍ରାନଜିଟ୍ ହାଉସ ନାଁରେ ତିଆରି ହୋଇଥିବା ଅସ୍ଥାୟୀ ଶିବିର ଏବେ ନଷ୍ଟପ୍ରାୟ । ଏହାର ପୁନରୁଦ୍ଧାର ଲାଗି ସିଏମସି କର୍ତ୍ତୃପକ୍ଷ ଯୋଜନାମାନ କରିଛନ୍ତି ।

{"id":229911,"sizeSlug":"large"}

ଏସସିବି ମେଡିକାଲ ସମ୍ପ୍ରସାରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ହାଡିଆପଠା ଓ ଯୋବ୍ରା ଅଞ୍ଚଳରୁ ବିସ୍ଥାପିତମାନଙ୍କୁ ଜଗତପୁରରେ ଥଇଥାନ କରିବାକୁ ଲକ୍ଷ ରଖିଛି ସିଏମସି । ଏବେ ପ୍ରଶ୍ନ ଉଠୁଛି ତୁଳସୀପୁର ଟ୍ରାନଜିଟ୍ ହାଉସ୍ ଭଳି ସେଠାରେ ମଧ୍ୟ ପରିସ୍ଥିତି ଦେଖାଦେବନି ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.