Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ସମଲିଙ୍ଗୀ ସମ୍ପର୍କକୁ ଆଇନସିଦ୍ଧ ଘୋଷଣା ପରେ ରାସ୍ତାକୁ ଓହ୍ଲାଇ ଖୁସି ପ୍ରକଟ କରିଛି କଟକର କିନ୍ନର ସମାଜ

7/09/2018 at 5:46 PM

କଟକ ୭/୯ : ସମଲିଙ୍ଗୀ ସମ୍ପର୍କକୁ ଆଇନସିଦ୍ଧ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାନ୍ୟତା ଦେବା ପରେ ରାସ୍ତାକୁ ଓହ୍ଲାଇ ଖୁସି ପ୍ରକଟ କରିଛି କଟକର କିନ୍ନର ସମାଜ | ନିଜର ସାମ୍ବିଧାନିକ ଅଧିକାରକୁ ସାର୍ବଜନୀନ କରିବା ପାଇଁ ଆଜି କିନ୍ନରମାନେ ବାହର କରିଥିଲେ ବିରାଟ ଶୋଭାଯାତ୍ରା | କିନ୍ନରଙ୍କ ଏଭଳି ଖୁସିର ମୁହୂର୍ତ୍ତରେ କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ନିଜକୁ ସାମିଲ କରି ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି |
ଏହି ଚର୍ଚ୍ଚିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା କିନ୍ନର ସମ୍ପର୍ଦାୟଙ୍କ ପାଇଁ ସଞ୍ଜିବନୀ ସଦୃଶ ବୋଲି କୁହାଯାଇପାରେ | କିନ୍ତୁ ଯେଉଁ କିନ୍ନର ଗୋଷ୍ଠୀଙ୍କୁ ସମାଜ ଆଜି ପର୍ଯ୍ୟନ୍ତ ଭିନ୍ନ ନଜରରେ ଦେଖିଆସୁଛି ତାହା ଏତେ ଶୀଘ୍ର ବଦଳିବ ବା କେମିତି | ସେଥିଲାଗି ତ ଆଜି କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ କିନ୍ନରଙ୍କ ଏହି ଅଧିକାର ଶୋଭାଯାତ୍ରାରେ ସାମଲି ହୋଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି |
ଅବଶ୍ୟ କିନ୍ନରମାନେ ତୃତୀୟ ଲିଙ୍ଗର ମଣିଷ ବୋଲି ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି | ଏପରିକି ସେମାନଙ୍କ ଭୋଟ ପରିଚୟ ପତ୍ରରେ ଥାର୍ଡ ଜେଣ୍ଡର ବା ତୃତୀୟ ଲିଙ୍ଗ ଲିପିବଦ୍ଧ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ହୋଇଛି | କିନ୍ତୁ ଏବେବି ଅନେକ କିନ୍ନର ସେହି ଅଧିକାର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି |

   Related Posts