କଟକ ଟ୍ରାଫିକ ପୋଷ୍ଟ: ‘ସୋ’ ରୁମରୁ ନୂଆକରି ଆସିଥିବା ସ୍କୁଟିର ଦାମ ୬୫ ହଜାର , କିନ୍ତୁ ୧ ଲକ୍ଷ ଟଙ୍କାର ଚାଲାଣ କାଟି ଦେଲେ ଟ୍ରାଫିକ ପୋଲିସ ,ତା’ ପରେ କ’ଣ ହେଲା ଜାଣନ୍ତୁ…

Published By : Prameya-News7 Bureau | September 21, 2019 IST

କଟକ୨୧|୯: ଦେଶରେ ମୋଟର ଯାନ ଆକ୍ଟର ନୂଆ ନିୟମ ଜାରି ହୋଇଛି। ପ୍ରତିଦିନ ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଛି। ଏହି ସମୟରେ ଟ୍ରାଫିକ ପୋଲିସ ଜଣେ ଗାଡ଼ି ଚାଳକଙ୍କ ଉପରେ ଏତେ ଟଙ୍କାର ଚାଲାଣ କାଟିଛନ୍ତି ଯେ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଗୋଟେ ନୂଆ ସ୍କୁଟିର ଦାମଠାରୁ ପୋଲିସ ଅଧିକ ଚାଲାଣ କାଟିଛି। ବ୍ରାଣ୍ଡ-ନ୍ୟୁ-ଆକ୍ଟିଭା ନୂଆ ସ୍କୁଟିକୁ ପୋଲିସ ସିଜ କରିଛି। ସ୍କୁଟିର ମାଲିକଙ୍କୁ ପଚରାଉଚାର କରିବା ପରେ ପୋଲିସ ସିଧା ୧ ଲକ୍ଷ ଟଙ୍କାର ଚାଲାଣ କାଟିଛି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୮ ତାରିଖରେ ଭୁବନେଶ୍ବରରୁ ୬୫ ହଜାର ଦାମରେ ଏହି ସ୍କୁଟି କିଣା ଯାଇଥିଲା। ସେପ୍ଟେମ୍ବର ୧୨ ତାରିଖରେ କଟକର ଏକ ଟ୍ରାଫିକ ପୋଷ୍ଟରେ ସ୍କୁଟି ସହ ମାଲିକଙ୍କୁ ପରିବହନ ଅଧିକାରୀ ଅଟକା ଯାଇଥିଲା। ଏହି ନ୍ୟୁ ଆକ୍ଟିଭା ସ୍କୁଟିର ନୂଆ ସ୍କୁଟିର ରେଜିଷ୍ଟ୍ରେସନ ନମ୍ବର ନଥିଲା। ​‌ତେଣୁ ଗାଡ଼ିରେ ରେଜିଷ୍ଟ୍ରେସନ ନମ୍ବର କାହିଁକି ନାହଁ ବୋଲି ଗାଡ଼ି ଚାଳକଙ୍କୁ ପୋଲିସ ପ୍ରଶ୍ନ କରିଥିଲା। ଗାଡି କିଣିବା ବେଳେ ଡିଲର ରେଜିଷ୍ଟ୍ରେସନ ନମ୍ବର ଦେଇ ନାହଁ ବୋଲି ଗାଡ଼ି ଚାଳକ ପୋଲିସକୁ କହିଥିଲେ। ସ୍କୁଟି ଚାଳକଙ୍କ ପାଖରୁ ସବୁ କଥା ଶୁଣିବା ପରେ ଗାଡ଼ି ଡିଲର ଉପରେ ଆରଟିଓ ୧ ଲକ୍ଷ ଟଙ୍କାର ଚାଲାଣ କାଟିଥିଲା।

ଆରଟିଓ ଅଧିକାରୀଙ୍କ କହିବା ମୁତାବକ, ବିନା କାଗଜପତ୍ରରେ ସ୍କୁଟି ଡ଼େଲିଭରି କରିଥିବାରୁ ଡିଲର ଉପରେ ୧ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ନୂଆ ଗାଡ଼ି କିଣିବା ବେଳେ ଡିଲର ପକ୍ଷରୁ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଦିଆଯାଇଥାଏ ବୋଲି ଆରଟିଓ ଅଧିକାରୀ କହିଛନ୍ତି। ଏହା ସହ ଡିଲରସିପର ଲାଇସେନ୍ସ ରଦ୍ଦ କରିବା ଲାଗି ମଧ୍ୟ ଚେତାବନୀ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.