କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

Published By : Prameya-News7 Bureau | October 31, 2020 IST

କଟକ, ୩୧|୧୦ :  କଟକ ସହର ବାସୀଙ୍କ ପାଇଁ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଲାଗି ଆଉ ଏକ ଗ୍ରୀଡ୍ ଲୋକାର୍ପଣ ।  ଏହି ଗ୍ରୀଡ୍ ଦ୍ବାରା କଟକ ସହର ପାଇଁ ଅତିରିକ୍ତ ବିଦ୍ୟୁତ ଯୋଗାଣ ଲାଗି ବ୍ୟବସ୍ଥା କରିଛି ଶକ୍ତି ବିଭାଗ । ତା ସହ ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ସହିତ କଟକ ସହରାଞ୍ଚଳ ବାସିନ୍ଦା ବିଶେଷକରି ସହରର ପଶ୍ଚିମାଞ୍ଚଳବାସୀଙ୍କୁ  ନିରବଛିନ୍ନ ବିଦ୍ୟୁତ ସେବା ଦେବାଲାଗି ବ୍ରଜବିହାରୀପୁର ଠାରେ  ଶନିବାର ଲୋକାର୍ପିତ ହୋଇଛି ୭୦ ମେଗାଓ୍ବାଟର ଏହି ନୂଆ ଗ୍ରୀଡ ଷ୍ଟେସନ । ଏହି ନୂଆ ଗ୍ରୀଡ୍ ଷ୍ଟେସନର ଅନ୍ୟ ଏକ ବିଶେଷତ୍ବ ହେଲା ଏହା ରାଜ୍ୟ ସରକାରଙ୍କ  ରାଜ୍ୟ ରାଜଧାନୀ ଶକ୍ତି ବ୍ୟବସ୍ତା ଉନ୍ନତି ବା ସ୍କିପ୍ସ ପ୍ରୋଜେକ୍ଟ ଅନୁଯାୟୀ କାର୍ଯ୍ୟକାରୀ ହେବାରେ ପ୍ରଥମ ଗ୍ରିଡ୍ ।

{"id":354034,"sizeSlug":"large"}

 ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇ ଶକ୍ତି ସଚ୍ଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି , ଏବେ ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଶକ୍ତିର ଟ୍ରାନ୍ସମିଶନ ହେଉଛି । ତେବେ ବିଭିନ୍ନ ବୈଷୟିକ ତ୍ରୁଟି କାରଣରୁ ଅନେକ ସମୟରେ ବିଦ୍ୟୁତ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି । ତେବେ ସହରାଞ୍ଚଳ ମାନଙ୍କରେ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଥିବା ହେତୁ ରାଜ୍ୟ ସରକାର ସ୍କିପ୍ସ ପ୍ରୋଜେକ୍ଟ ଜରିଆରେ ୧୧ ଟି ନୂଆ ପ୍ରକଳ୍ପ କରିଛନ୍ତି । ସେଥିମଧ୍ୟରୁ କଟକ ବ୍ରଜ ବିହାରୀପୁରଠାରେ ଏହି ନୂଆ ଗ୍ରିଡ ଷ୍ଟେସନ  କାର୍ଯ୍ୟକ୍ଷମ ହୋଇଛି । ଏହି ୨ ଘ ୪୦ ଏମ୍ଭିଏ, ୧୩୨/୩୩ କେଭି ଗ୍ରୀଡ୍ ସବଷ୍ଟେସନ ସହିତ  ୧୩୨ କେଭି ବିଡାନାସୀ ଚନ୍ଦକା ଲାଇନରୁ ୦୪ କିମି ଲିଲୋ ଟ୍ରାନ୍ସମିଶନ ନିର୍ମାଣ କରାଯାଇଛି । ଯାହାକି ସହରବାସୀଙ୍କ ଲାଗି ଏକ ଅତିରିକ୍ତ ବିଦ୍ୟୁତ ସେବା ଭାବେ ୬୫ ରୁ ୭୦  ମେଗାଓ୍ବାଟର ବିଜୁଳି ଯୋଗାଇବ । ଏହା ସିଡିଏର କିଛି ଅଞ୍ଚଳ ସହ ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ , ଉର୍ଦ୍ଦୁ ବିଶ୍ବ ବିଦ୍ୟାଳୟ ଇତ୍ୟାଦିର ବିଦ୍ୟୁତ ଚାହିଦା ପୂରଣ କରିବ ।

wp:html /wp:html

କଟକ ସହର ପାଇଁ ଦୈନିକ  ବିଦ୍ୟୁତ ଆବଶ୍ୟକତା  ୧୨୦ ରୁ ୧୩୦ ମେଗାଓ୍ବାଟ । ତା ସହ ଏହି ଚାହିଦା ଜନସଂଖ୍ୟା ତଥା ଉପଭୋକ୍ତାଙ୍କ ସଂଖ୍ୟା  ଅନୁସାରେ ବଢୁଛି । ବର୍ତ୍ତମାନ ବିଡାନାସୀ ସହ ବିଭିନ୍ନ ସ୍ଥାନରେ ଥାବା ବିଭିନ୍ନ ଗ୍ରୀଡ୍ ଏହା ଚାହିଦା ଠିକ୍ ଭାବେ ପୂରଣରେ ସମର୍ଥ ହେଉ ନଥିବା ବେଳେ  ଏହି ନୂଆ ଗ୍ରୀଡ ଷ୍ଟେସନ ସେହି ସମସ୍ୟା ସମାଧାନରେ ସମର୍ଥ ହେବ ବୋଲି ଆଶା କରାଯାଉଛି ।

{"id":354035,"sizeSlug":"large"}

୨୦୧୫ ମସିହାରେ ଏହି ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ହୋଇଥିଲା, କିନ୍ତୁ ଅଦାଲତି ମାମଲା କାରଣରୁ  ସମସ୍ୟା ହୋଇଥିଲା । ୨୦୧୮ ମସିହାରେ ଭୁବନେଶ୍ବର ସ୍ଥିତ ଅଭିଜ୍ଞ ଠିକା କମ୍ପାନୀ ଏ.କେ.ଦାସ ଆସୋସିଏଟସକୁ ଏହି କାର୍ଯ୍ୟ ସଂପାଦନର ଦାୟିତ୍ୱ ଦିଆଯାଇଥିଲା । ଏକେ ଦାସ ଆସୋସିଏଟ୍ସ  ସମସ୍ତ ପ୍ରତିକୂଳ ସ୍ଥିତିରେ ବି ମାତ୍ର ୨ ବର୍ଷ ଭିତରେ  ଅର୍ଥତ ରେକର୍ଡ ସମୟରେ କାର୍ଯ୍ୟ ସଂପାଦନ କରିଛନ୍ତି । ୧୬ ଆକ୍ଟୋବର , ୨୦୨୦ ରେ ଗ୍ରୀଡ୍ ପ୍ରତିଷ୍ଠା ହୋଇଛି ।ଏବଂ  ଏହି୭୦ ମେଗାଓ୍ବାଟ ବିଶିଷ୍ଟ ଗ୍ରୀଡ୍ ଷ୍ଟେସନ କାର୍ଯ୍ୟକ୍ଷମ  ହୋଇଛି । ଯାହାକି କେବଳ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥ ପୂରଣ କରିନି, ବିକାଶର ଧାରାକୁ ତ୍ବରାନ୍ନିତ କରିବାରେ ସଫଳ ହୋଇଛି ଏବଂ ହେବ ।ଏହି ଲୋକାର୍ପଣ ଉତ୍ସବରେ ଶକ୍ତି ସଚିବଙ୍କ ସହ ଓପିଟିସିଏଲର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ସିଂହ,   ପ୍ରକଳ୍ପ ନିର୍ଦ୍ଦେଶକ ଆର. ଏଲ. ପଣ୍ଡା, ଅର୍ଥ ନିର୍ଦ୍ଦେଶକ ଆର. ଏସ୍. ସ୍ବାଇଁ, କାର୍ଯ୍ୟ ବିଭାଗ ନିର୍ଦ୍ଦେଶକ ଆର. ପ୍ରତିହାରୀ, ଏକେ ଦାସ ଆସୋସିଏଟ୍ସ ଏମ୍.ଡି. ଅମୀୟ ଦାସ ଏବଂ ଓପିଟିସିଏଲର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.