କଟକ ବି ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର ୦୩।୦୪: ଭୁବନେଶ୍ୱର ଓ ଭଦ୍ରକ ପରେ କଟକ । ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବା ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ । ଷଷ୍ଠ କରୋନା ପଜିଟିଭ୍‌ କଟକରେ ଚିହ୍ନଟ ପରେ ତୁରନ୍ତ ମୁଖ୍ୟ ଶାସନ ସଚିବ ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍‌ କରି ସେ ଏହି ନିଷ୍ପତ୍ତି ଜଣାଇଛନ୍ତି । ନୂତନ କରୋନା ସଂକ୍ରମିତ କଟକରେ ଚିହ୍ନଟ ହେବା ପରେ ଏବେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

{"id":248412,"sizeSlug":"large"}

ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ ସମୟରେ ପୂର୍ବରୁ ଥିବା କିଛି ଜରୁରୀ ସେବାରେ ବି ଲାଗିବ ରୋକ୍‌ । ଡାଲି ଚାଉଳ ବା ତେଜରାତି ଦୋକାନ ସହ , ମାଛ, ମାଂସ ଆଦି ଆମିଷ ଦୋକାନ,ପରିବା ଦୋକାନ , କ୍ଷୀର ବୁଥ୍‌ ବି ବନ୍ଦ ରହିବ । କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲାରହିବ । ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇପାରେ । କଟକ ସଟ୍‌ଡାଉନ୍‌ ନିଷ୍ପତ୍ତି ପରେ ଏବେ ଦୈତନଗରୀ ସମ୍ପର୍ଣ୍ଣ ସଟ୍‌ଡାଉନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.