କଟକ ସହର ୫ଦିନ ସଟ୍‌ଡାଉନ୍‌ : କେବଳ ଜରୁରୀ ସେବାକୁ ମଞ୍ଜୁରୀ, ୮ ଯାଏଁ ସବୁ ବନ୍ଦ

Published By : Prameya-News7 Bureau | July 04, 2020 IST

କଟକ ୦୪।୦୭: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଯାହାକୁ ନଜର ରଖି ଦିନକୁ ଦିନ ସ୍ଥିତି ଅଣାୟତ ହୋଇ ଚାଲିଛି । କଟକରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ସିଏମ୍‌ସି ପକ୍ଷରୁ ଆଜି କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଯାହାକି ଆସନ୍ତା ୮ତାରିଖ ଯାଏଁ ଜାରି ରହିବ । ସଟ୍‌ଡାଉନ୍‌ ବେଳେ କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସେହିପରି ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ସକାଳ ୫ରୁ ସଂଧ୍ୟା ୬ଯାଏ ଖୋଲିବ ଗ୍ରୋସରୀ, ପରିବା, କ୍ଷୀର ଦୋକାନ। ତେବେ ଔଷଧ ଦୋକାନ ନିୟମିତ ଖୋଲିବ। ଅନଲାଇନ ଡେଲିଭରି, ବିଦ୍ୟୁତ୍‌, ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳେ କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲେ ସିଏମସି । ସଂପୃକ୍ତ ଅଞ୍ଚଳରୁ ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ମାଳିସାହି ଅଞ୍ଚଳରୁ ମୋଟ୍ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦିରଠୁ ମାଳିସାହି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅନ୍ୟପଟେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏମାନଙ୍କୁ ମିଶାଇ ଗତ ୧୦ ଦିନ ଭିତରେ ଏଠାରୁ ୭୬ ଜଣ ଚିହ୍ନଟ ହେଲେଣି । ଗୁରୁବାର ୫୫ ଜଣ ଚିହ୍ନଟ ହୋଇଥିବା ବେଳେ, ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ । ଶୁକ୍ରବାର କଟକରୁ ମୋଟ୍ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଏସସିବି ମେଡିକାଲ୍ ଆଇସୋଲେସନ୍ ୱାର୍ଡରୁ ଗୁରବାର ୧୧ ପଜିଟିଭ୍ ଚିହ୍ନଟ ପରେ ଚିନ୍ତାରେ ପଡିଛି ପ୍ରଶାସନ । ଉଭୟ ହସପିଟାଲରୁ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେପଟେ ଉଭୟ ହସ୍ପିଟାଲକୁ ସିଏମସି ପକ୍ଷରୁ ବିଶୋଧନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.