କଟକ ଏସ୍‌ସିବି ହେବ ଏମ୍ସ ପ୍ଲସ ହସ୍‌ପିଟାଲ୍‌, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର

Published By : Prameya-News7 Bureau | November 06, 2019 IST

ଭୁବନେଶ୍ୱର ୦୬।୧୧ - କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଅତ୍ୟାଧୁନିକକ ମେଡିକାଲ୍‌ କଲେଜରେ ପରିଣତ ହେବ । ଏହାକୁ ଏମସ୍‌ ପ୍ଲସ ଡାକ୍ତରଖାନାରେ ପରିଣତ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏଥିପାଇଁ ଏକ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି । ଭିତ୍ତିଭୂମିର ବିକାଶ ସହ ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି କରାଯିବ । ଏହାକୁ ବିଶ୍ୱ ସ୍ତରୀୟ ହସ୍‌ପିଟାଲ୍‌ରେ ପରିଣତ କରାଯିବ ।

ଏଥିରେ ସମସ୍ତ ଆତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ମିଳି ପାରିବ । ଡାକ୍ତରମାନଙ୍କର ଓ ଛାତ୍ରମାନଙ୍କର ରହିବା ଓ ମନୋରଞ୍ଜନ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଦେଶ ବାହାରୁ ମଧ୍ୟ ଚିକିତ୍ସକମାନେ ଏଠାକୁ ଯେପରି ଆସିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଲୋକସେବା ଭବନରେ ଏସ୍‌ସିବି ମେଡିକାଲର ପ୍ରଫେସର,ସୁପରିଟେଣ୍ଡେଣ୍ଟ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏବେ ସାରାଦେଶରେ ଏସ୍‌ସିବିର ରାଙ୍କ ୧୪ ଥିବାବେଳେ ଏହାକୁ ଶ୍ରେଷ୍ଠ ୩ ମଧ୍ୟରେ ରଖିବା ପାଇଁ ଉଦ୍ୟମ କରାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.