ବଦଳିବ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ରୂପରେଖ, ୬ଟି ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବାକୁ ସରକାରଙ୍କ ଯୋଜନାରେ ପ୍ରଥମରେ ରହିଛି ଏସସିବି

Published By : Prameya-News7 Bureau | August 17, 2019 IST

କଟକ ୧୭|୮: ବଦଳିବ କଟକ ଏସସିବି ମେଡିକାଲର ଚିତ୍ର । ଏହାକୁ ବିଶ୍ବସ୍ତରୀୟ ହସ୍ପିଟାଲ କରିବାକୁ ସରକାରୀସ୍ତରରେ ଯୋଜନା ହୋଇଥିବା ବେଳେ ଏଥି ପାଇଁ ଏକ ପ୍ରତିନିଧି ଦଳ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏକ ମଡେଲ ପ୍ରସ୍ତୁତ କରିବେ ।

{"id":145388}

ବଦଳିବ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ରୂପରେଖ । ରାଜ୍ୟର ୬ଟି ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବାକୁ ସରକାର ଯେଉଁ ଯୋଜନା କରିଛନ୍ତି ତା’ ଭିତରେ ୧ ନମ୍ବର  ସ୍ଥାନରେ ଅଛି ଏସସିବି ।  ପ୍ରାୟ ୭୨ହଜାର ଏକର ପରିମିତ ଏହି ଜାଗାରେ ବିଭିନ୍ନ କୋଠା ନିର୍ମାଣ କରାଯିବ । ଏଥିସହ ରିଜିଓନାଲ ସ୍ପାଇନାଲ ଇନଜୁରୀ ସେଣ୍ଟରଠାରେ ଏକ ଜି-ପ୍ଲସ ସେଭେନ୍‌ ବିଲଡିଂ ନିର୍ମାଣ ହେବ । ଏହାକୁ ସେଣ୍ଟର ଅଫ୍‌ ଏକ୍ସିଲେନ୍‌ସ୍‌ ରେ ପରିଣତ କରାଯିବ । ଏଠାରେ ଥିବା ଟ୍ରମା କେୟାର ​ ସେଣ୍ଟରକୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହୋଇଛି । ୨୦୦୬ଠାରୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ହସ୍ପିଟାଲର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ।

{"id":145390}

ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କଟକ ଏସସିବି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଆମେ ଯଦି ଦେଖିବା ତାହେଲେ ଏଠାରେ ତିଆରି ହୋଇଥିବା ଟ୍ରମା କେୟାର ସେଣ୍ଟରଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଥି ସହ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରଭାବିତ ହେଉଛି ରୋଗୀସେବା । ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହାକୁ ବିଶ୍ବସ୍ତରୀୟ ହସ୍ପିଟାଲ କରିବାକୁ ଯେଉଁ ଯୋଜନା କରିଛନ୍ତି ତାହା କେବେ ପୂରଣ ହେବ ତାକୁ ହିଁ ଅପେକ୍ଷା ।

{"id":145391}

୧୮୫୭ ମସିହାରେ କଟକରେ ପ୍ରତିଷ୍ଠା କରାଯାଇଥିବା ଓଡିଶା ମେଡିକାଲ ସ୍କୁଲକୁ ୧୯୪୮ ମସିହାରେ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ କରାଯାଇ ମେଡିକାଲ କଲେଜ ଓ ଚିକିତ୍ସାଳୟ କରାଗଲା । ହେଲେ ହସ୍ପିଟାଲର ଅନେକ ଜାଗା ଏବେ  ଜବରଦଖଲକାରୀଙ୍କ କବ୍‌ଜାରେ  । ତେଣୁ ନୂଆ ବିଲଡିଂ ପାଇଁ ସେସବୁ ଜାଗାକୁ ଜବଦଖଲ ମୁକ୍ତ କରିବା ନିହାତି ଆବଶ୍ୟକ ହୋଇପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.