Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

କ୍ୟାପିଟାଲ୍ ହସ୍ପିଟାଲ୍ ଓ କଟକ ଏସ୍‌ସିବିରୁ ସାଂଘାତିକ ଅଭିଯୋଗ, ଫୁଟ୍‌ପାଥ୍ ପ୍ରସବ କଲେ ପ୍ରସୂତି- ତିନି ମହଲାରୁ ପଡି ରୋଗୀ ମୃତ…

12/10/2019 at 6:51 PM

ଭୁବନେଶ୍ୱର/କଟକ –  ଯେଉଁଠି ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ, ସେଇ କ୍ୟାପିଟାଲ ହସ୍ପିଟାଲ୍‌ରୁ ଆସିଛି ସାଂଘାତିକ ଖବର । ଜଣେ ପ୍ରସୂତିଙ୍କୁ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ବେଳେ ଡାକ୍ତରଖାନା ବାହାରେ ମହିଳା ଫୁଟପାଥ୍‌ରେ ସନ୍ତାନ ପ୍ରସବ କରିଛନ୍ତି । ଏହାକୁ ଦେଖି ମଧ୍ୟ ଡାକ୍ତର ମହିଳାଙ୍କୁ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ। ଖୋଦ୍ ରାଜଧାନୀରେ ଯଦି ହସ୍ପିଟାଲରେ ଏଭଳି ବ୍ୟବସ୍ଥା, ତାହେଲେ ଉପାନ୍ତ ଅଂଚଳ କଥା ଚିନ୍ତା କରିବା କେମିତି ।

 କଟକ ଏସ୍‌ସିବିରେ  ନ୍ୟୁ-ମେଡିସିନ୍ ଓ୍ବାର୍ଡ଼ ୩ମହଲାରୁ ପଡ଼ି ଜଣେ ନିରାଶ୍ରୟ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ଘଟଣା ହସପିଟାଲ କର୍ମଚାରୀଙ୍କ ଅବହେଳାକୁ ସ୍ପଷ୍ଟ କରିଛି । ଏମିତିରେ ମୋ ସରକାର କାର୍ଯ୍ୟକ୍ରମର ଉଦେଶ୍ୟ ଓ ଏହାର ସଫଳତାକୁ ନେଇ ଉଠିଛି ପ୍ରଶ୍ନ । ଯେଉଁଠି ମୋ ସରକାର କାର୍ଯ୍ୟକ୍ରମର ଆରମ୍ଭ, ସେଇଠି ରୋଗୀ ସେବାରେ ଅବହେଳାର ଜଳ ଜଳ ଚିତ୍ର, କାର୍ଯ୍ୟକ୍ରମର ଉଦେଶ୍ୟ ଓ ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମେ କହୁଛୁ, କ୍ୟାପିଟାଲ ହସ୍ପିଟାଲ କଥା । କିଛି ଦିନ ତଳେ  ଯେଉଁଠି ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ।

ରୋଗୀଙ୍କୁ ଉପଯୁକ୍ତ ସେବା ମିଳିବ ବୋଲି ଲୋକଙ୍କ ମନରେ ଗୋଟେ ଆଶା ଭରିଥିଲେ । ହେଲେ କିଛି ଦିନର ବ୍ୟବଧାନରେ କ୍ୟାପିଟାଲ ହସ୍ପିଟାଲରେ ଏମିତି ଗୋଟେ ଚିତ୍ର ସାମ୍ନାକୁ ଆସିଛି ଯାହା ସରକାରଙ୍କ 5-T ବ୍ୟବସ୍ଥା ଓ ମୋ ସରକାର ଭଳି କାର୍ଯ୍ୟକ୍ରମର  ବିଷୟରେ ପ୍ରଶ୍ନବାଚୀ ଉଠାଇଛି ।

ଜଣେ ପ୍ରସୂତି ପ୍ରସବ ବେଦନାରେ ଛଟପଟ ହୋଇ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ । ଆଉ ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ନକରି ଫେରାଇ ଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ଅସହାୟ ପ୍ରସୂତି ଜଣକ ଡାକ୍ତରଖାନା ବାହାରେ ଫୁଟପାଥ୍‌ରେ ସନ୍ତାନ ପ୍ରସବ କରିବାକୁ ବାଧ୍ୟ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ବାରଣ୍ଡାରେ ଆଣି ଶୁଆଇ ଦିଆଯାଇଥିଲେ । ଆଉ ଡାକ୍ତର ତାଙ୍କୁ କଟକ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଇଏ ହେଉଛି ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା କ୍ୟାପିଟାଲ ହସପିଟାଲରେ ରୋଗୀ ସେବାର ନିଚ୍ଛକ ଚିତ୍ର ।

ଘଟଣା ସତ । ପେସେଣ୍ଟ କଣ୍ଡିସନ ସିରିୟସ୍ ଥିଲା । ଆଉ ତାକୁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା । ଆଉ ତା’ ପରେ ଘଟିଥିଲା ଏଭଳି ଘଟଣା । ବାଃ…. କି ବ୍ୟବସ୍ଥା । ଇଏ ହେଉଛି ଖୋଦ୍ ରାଜଧାନୀରେ ଡାକ୍ତରଖାନାର ଚିତ୍ର । 

ଖାଲି କ’ଣ ଏତିକି କଟକ ଏସସିବିରେ ଆଉ ଗୋଟେ ଚିତ୍ର । ଯେଉଁଠି ନ୍ୟୁ-ମେଡିସିନ୍ ଓ୍ବାର୍ଡ଼ ୩ମହଲାରୁ ପଡ଼ି ଜଣେ ନିରାଶ୍ରୟ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାହା ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ କର୍ମଚାରୀଙ୍କ ରୋଗୀ ସେବାରେ ଅବହେଳାକୁ ପଦାରେ ପକାଇଛି ।

ଯେଉଁଠୁ ଅଭିଯୋଗ ଆସିଲେ ସେଇ ଗୋଟିଏ କଥା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ଯେଉଁଠି ପୂରା ବ୍ୟବସ୍ଥା ଦୋଷୀ, ଯେଉଁଠି ପୂରା ବ୍ୟବସ୍ଥା ନିକମା ହୋଇପଡ଼ିଛି ସେଠି ଏମିତି ଜଣେ ଦୁଇ ଜଣଙ୍କ ବିରୋଧରେ ଆକ୍ସନ ନେଲେ ମୋ ସରକାର କାର୍ଯ୍ୟକ୍ରମ କ’ଣ ସଫଳ ହୋଇପାରିବ ?

   Related Posts