ଖାଇବାରେ ବିଷ ମିଶାଇ ୩ଟି ବିଲେଇକୁ ହତ୍ୟା, କଟକ ସଦର ଥାନାର ଦ୍ବାରସ୍ଥ ହେଲେ ମହିଳା

Published By : Prameya-News7 Bureau | January 20, 2021 IST

କଟକ୨୦/୧: କଟକ ସଦର ଥାନାରେ ବିଲେଇ ମର୍ଡର କେସ। ଏ ନେଇ ମଧ୍ୟ ଏକ ଏତଲା ଦିଆଯାଇଛି। ଯେଉଁଥିରେ ବିଷ ଦେଇ ୩ଟି ଗୃହପାଳିତ ବିଲେଇକୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଏହି ୩ଟି ବିଲେଇକୁ ଲାଳନପାଳନ କରି ଯତ୍ନରେ ପାଳିଥିବା ମହିଳା ଜଣଙ୍କ ହେଲେ ନୀଳିମା ଦଳାଇ। କଟକ ମୁଗଭଙ୍ଗାର ଏହି ଘଟଣା ଏବେ କଟକ ସଦର ଥାନରେ ପହଞ୍ଚିଛି।

ଅଭିଯୋଗକାରିଣୀ କହିଛନ୍ତି ଯେ, ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗାଁର ଜଣେ ବ୍ୟକ୍ତି ବିଷ ଦେଇ ବିଲେଇମାନଙ୍କୁ ମାରି ଦେଇଛି। ନୀଳିମା ଏବଂ ତାଙ୍କ ସ୍ବାମୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ଦେଖି ଉକ୍ତ ଗାଁର ସେହି ବ୍ୟକ୍ତି ଖାଇବାରେ ବିଷ ମିଶାଇ ବିଲେଇକୁ ଦେଇଥିଲା। ଏହାର କିଛିଦିନ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅଶ୍ଳୀଳ ଭାଷାରେ ନୀଳିମାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଏପରି କି ବିଲେଇମାନଙ୍କୁ ମାରି ଦେବେ ବୋଲି ନୀଳିମାଙ୍କ ଶାଶୁ ସାମ୍ନାରେ ଧମକ ଦେଇଥିଲା।

{"id":395615,"sizeSlug":"large","linkDestination":"none"}

ଏହି ଗାଁର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି ନୀଳିମା। ସଂପୃକ୍ତ ବ୍ୟକ୍ତି ଜଣଙ୍କ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଏତଲାରେ ଉଲ୍ଲେଖ ରହିଛି। ଏତଲା ଦେବାର ୧୦/୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ କଟକ ସଦର ଥାନା ଅଧିକାରୀ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ପାରିବାରିକ କହଳକୁ କେନ୍ଦ୍ର କରି ବିଲେଇମାନଙ୍କୁ ବିଷ ଦେଇ ମାରିବା ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି। ଗୃହପାଳିତ ପଶୁଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ଗାଇଡଲାଇନ୍ ରହିଛି। ତେଣୁ ବିଲେଇମାନଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନୀଳିମା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.