କଟକ ରାସ୍ତା ହେବ ଚକାଚକ୍, ତାଳଦଣ୍ଡା କେନାଲରୁ ଯୋବ୍ରା ପରେ ରାଣୀହାଟରୁ ମାତୃଭବନ ରାସ୍ତାର ହେବ ନବୀକରଣ

Published By : Prameya-News7 Bureau | October 17, 2020 IST

କଟକ, ୧୭ ।୧୦:     ତାଳଦଣ୍ଡା କେନାଲରୁ ଯୋବ୍ରା ଯାଏ ରାସ୍ତା ପ୍ରଶସ୍ତିକରଣ ପରେ ଏବେ ତାଳଦଣ୍ଡା କେନାଲର ରାଣୀହାଟ ନିକଟରୁ ମାତୃଭବନ ରାସ୍ତାର ହେବ ନବୀକରଣ । ଏହି ରାସ୍ତା ସିଧା ମାତୃଭବନ ନିକଟରେ ଜାତୀୟ ରାଜପଥକୁ ସଂଯୋଗ କରିବ । ଯାହା ଦ୍ବାରା ମେଡିକାଲ ଆସୁଥିବା ଲୋକ ଆଉ ସହର ଭିଡରେ ନ ଆସି ପ୍ରଶସ୍ତ ରାସ୍ତାରେ ଆସିବେ ।

କଟକ ଜିଲ୍ଲାପାଳ, ସିଏମସି କମିଶନରଙ୍କ ଠାରୁ ଆରମ୍ଭ କରି ବଭିନ୍ନ ବିଭାଗର ଅଧିକାରୀ ରାସ୍ତା ପାଇଁ ସର୍ଭେ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ପ୍ରାୟ ୪୦୦ ଘର ଉଚ୍ଛେଦ କରାଯିବ । କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏସ.ସି.ବି ମେଡିକାଲ ହେବ ବିଶ୍ବସ୍ତରୀୟ ହସ୍ପିଟାଲ । ସେଥିପାଇଁ ପ୍ରଥମେ ମେଡିକାଲକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରସସ୍ତ କରାଯାଉଛି । ତାଳଦଣ୍ଡା କେନାଲର ରାଣୀହାଟ ନିକଟରୁ ମାତୃଭବନ ପର୍ଯ୍ୟନ୍ତ ରାସ୍ତାର ହେବ ନବୀକରଣ । ସେଥିପାଇଁ ସର୍ଭେ ଶେଷ ହୋଇଛି । ରାଣୀହାଟରୁ ମାତୃଭବନ ପର୍ଯ୍ୟନ୍ତ ବୁଲି ଦେଖିଛନ୍ତି ଜିଲ୍ଲାପାଳ, ସିଏମସି କମିଶନରଙ୍କ ଠାରି ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀ । ରାଣୀହାଟ କେନାଲ ନିକଟରୁ ଛାତ୍ରବଜାର ଦେଇ ମାତୃବଭନ ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ରାସ୍ତା ନିର୍ମାଣ ହେବା ପରେ ମେଡିକାଲ ଆସୁଥିବା ୱୋକ ସହର ଭିତରେ ନଆସି ଜାତୀୟ ରାଜପଥରୁ ସିଧା ଏହି ରାସ୍ତା ଦେଇ ମେଡିକାଲରେ ପହଞ୍ଚି ପାରିବେ । ତେବେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୪୦୦ ଘର ଭଙ୍ଗାଯିବ ବୋଲି ପ୍ରାଥମିକ ସର୍ଭେ କରାଯାଇଛି । ତେବେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୂର୍ବରୁ କଟକବାସୀ ଦେଖିଛନ୍ତି ତାଳଦଣ୍ଡା କେନାଲରୁ ଯୋବ୍ରା ରାସ୍ତାକୁ କିଭଳି ପ୍ରସସ୍ତ ଓ ସୁନ୍ଦର କରାଯାଇଛି । ସରକାରଙ୍କ ଏହି ଯୋଜନାକୁ ସମସ୍ତେ ସ୍ବାଗତ କରିଛନ୍ତି । ହେଲେ ବିସ୍ଥାପିତ ହେବାକୁ ଥିବା ଘରଗୁଡିକୁ ସଠିକ ସର୍ଭେ କରି ଥଇଥାନ ଓ କ୍ଷତି ପୁରଣ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।  ରାଣୀହାଟ କେନାଲ ନିକଟରୁ ଛତ୍ରବଜାର ଦେଇ ମାତୃଭବନ ଯାଏ ହେଉଥିବା ଏହି ରାସ୍ତା ପାଇଁ ସର୍ଭେ ସରିଛି । ଖୁବଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.