Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ରାଣୀହାଟ ମାଳିସାହି ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍ , ୧୩ କରୋନା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ

4/07/2020 at 11:16 AM

କଟକ ୪।୭: କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ସିଏମସି । ସଂପୃକ୍ତ ଅଞ୍ଚଳରୁ ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ମାଳିସାହି ଅଞ୍ଚଳରୁ ମୋଟ୍ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦିରଠୁ ମାଳିସାହି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଅନ୍ୟପଟେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଏମାନଙ୍କୁ ମିଶାଇ ଗତ ୧୦ ଦିନ ଭିତରେ ଏଠାରୁ ୭୬ ଜଣ ଚିହ୍ନଟ ହେଲେଣି । ଗୁରୁବାର ୫୫ ଜଣ ଚିହ୍ନଟ ହୋଇଥିବା ବେଳେ, ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ । ଶୁକ୍ରବାର କଟକରୁ ମୋଟ୍ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଏସସିବି ମେଡିକାଲ୍ ଆଇସୋଲେସନ୍ ୱାର୍ଡରୁ ଗୁରବାର ୧୧ ପଜିଟିଭ୍ ଚିହ୍ନଟ ପରେ ଚିନ୍ତାରେ ପଡିଛି ପ୍ରଶାସନ । ଉଭୟ ହସପିଟାଲରୁ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେପଟେ ଉଭୟ ହସ୍ପିଟାଲକୁ ସିଏମସି ପକ୍ଷରୁ ବିଶୋଧନ କରାଯାଇଛି ।

   Related Posts