କଟକ ରେଳ ଷ୍ଟେସନକୁ ମିଳିବ ନୂଆ ରୂପ : ଚାଲିଚି ୧୦କୋଟି ଟଙ୍କାର ନବୀକରଣ କାମ

Published By : Prameya-News7 Bureau | January 28, 2019 IST

କଟକ ରେଳ ଷ୍ଟେସନକୁ ମିଳିବ ନୂଆ ରୂପ । ରେଳ ଷ୍ଟେସନରେ ଆରମ୍ଭ ହୋଇଛି ନବୀକରଣ କାମ । ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ।ଲକ୍ଷ୍ୟ ହେଉଛି ଯାତ୍ରୀମାନେ ଷ୍ଟେସନ ଆସିଲେ ଯେଭଳି କିଛିଟା ସୁଖଦ ଅନୁଭୂତି ସାଉଁଟିବେ । ସୋମବାର ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି ରେଳ ବିଭାଗର ଉଚ୍ଚାଧିକାରୀ । …

{"id":79138}

କଟକ ସମେତ ଦେଶର ୬୮ଟି ରେଳ ଷ୍ଟେସନର ନବୀକରଣ କାମ ଆରମ୍ଭ ହୋଇଛି । କଟକ ଷ୍ଟେସନ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରିଛି ରେଳ ବିଭାଗ । ବରାଦି ଅର୍ଥରାଶିରେ ୬ ମିଟର ପ୍ରସସ୍ଥ ଫୁଟ ଓଭର ବ୍ରିଜ ନିର୍ମାଣ କରାଯିବ । ତା ସହ ଏକ ଡିଜିଟାଲ ମ୍ୟୁଜିୟମ ନିର୍ମାଣ ହେବ, ଯେଉଁଠି ୬୫ ଇଞ୍ଚର ଏଲ ଇ ଡି ସ୍କ୍ରିନ୍ ଜରିଆରେ ଯାତ୍ରୀ ମାନେ ସୂଚନା ଏବଂ ମନୋରଞନ ଧର୍ମୀ ଭିଡିଓ ଦେଖିପାରିବେ ।

{"id":79141}

ଏହାଛଡା ୩ ଟି ନୂଆ ଲିଫ୍ଟ , ୨ ଟି ପାର୍କ ଏବଂ ଗୋଟିଏ ସେଲ୍‌ଫିଜୋନ୍ ମଧ୍ୟ ନିର୍ମାଣ କରାଯିବ । ପୂର୍ବରୁ ଥିବା ପାର୍କିଂ ପ୍ଲେସକୁ ଯଥେଷ୍ଟ ଚଉଡା କରିବାର ଯୋଜନା ରଖିଛି ରେଳ ବିଭାଗ । ନେତାଜୀ ସୁବାସ ବୋଷଙ୍କ ଜୀବନୀ ସମ୍ପର୍କୀତ ଅନେକ ଚିତ୍ର ମଧ୍ୟ କଟକ ରେଳ ଷ୍ଟେସନରେ ସ୍ଥାନିତ ହେବ । କାମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ରେଳ ବିଭାଗର ୩ ଉଚ୍ଚପଦସ୍ଥ ଅଧିକାରୀ ।

{"id":79137}

ତେବେ ରେଳ ସେବାକୁ ନେଇ ଯାତ୍ରୀ କେତେ ସନ୍ତୁଷ୍ଟ ସେ ନେଇ କିଛି ଯାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ । ରେଳ ବିଭାଗଠାରୁ ଯାତ୍ରୀ ଆଉ କଣ ସବୁ ଆଶା କରୁଛନ୍ତି ତାହା ମଧ୍ୟ ପଚାରିଥିଲେ । ସେପଟେ ମହିଳା ଯାତ୍ରୀଙ୍କ ଲାଗି ଅଧିକ ସୁରକ୍ଷା ବ୍ୟବସ୍ଥା କରାଇବାକୁ ଯାତ୍ରୀମାନେ ଗୁରୁତ୍ବ ଦେଇଛନ୍ତି ।

{"id":79140}

କଟକ ରେଳଷ୍ଟେସନକୁ ଗ୍ରେଡ ଏ ଷ୍ଟେସନର ମାନ୍ୟତା ମିଳିବ ବୋଲି ବର୍ଷେ ତଳେ ରେଲଓ୍ବେ ବୋର୍ଡର ସଦସ୍ୟ  ପ୍ରତିଶୃତି ଦେଇଥିଲେ । ଯାହା ବସ୍ତୁତଃ କାର୍ଯ୍ୟକାରି ହୋଇଛି । କିନ୍ତୁ ଉପଯୁକ୍ତ ରେଳସେବା ପାଇଁ ଯାତ୍ରୀ ମାନେ ଯେଉଁସବୁ ଅପେକ୍ଷା ରଖିଛନ୍ତି, ତାହା ପୂରଣ ହେବା ନିହାତି ଜରୁରୀ ।

{"id":79139}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.