Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ବର୍ଷା ଆଉ ନାହିଁ, ପାଣି ବି ଛାଡି ଯାଇଛି, ହେଲେ ସରୁନି କଟକିଆଙ୍କ ଦୁଃଖ

25/07/2018 at 6:19 AM

ବର୍ଷା ଆଉ ନାହିଁ, ପାଣି ବି ଛାଡି ଯାଇଛି, ହେଲେ କଟକିଆଙ୍କ ଦୁଃଖ ଯେମିତି ଥିଲା ଏବେବି ସେମିତି ରହିଛି | ଜଳବନ୍ଦୀ ସମୟରେ ପ୍ରଶାସନର ଦେଖା ନଥିଲା କି ପାଣି ଛାଡିଗଲା ପରେ ବି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି |ଅନ୍ୟପଟେ ଯେଉଁ ଯେଉଁ ସ୍ଥାନରେ ପାଣି ଜମିରହିଛି ସେସବୁ ସ୍ଥାନରୁ ପମ୍ପ ଯୋଗେ ପାଣି ନିଷ୍କାସନ କରିବା ପାଇଁ ଚେଷ୍ଟା କରାଯାଉଥିବା ଜିଲ୍ଲା ପ୍ରଶାସନ ସଫେଇ ଦେଇଛି |
ଲଗାଣ ବର୍ଷାରେ ବେହାଲ୍ ହୋଇଥିବା କଟକ ସହରର ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି | ତେବେ ପଟ୍ଟାପୋଲ, ସୂତାହାଟ, ହରିପୁର, ସେମିନାରୀ ଛକ ପରି ଖାଲୁଆ ଅଞ୍ଚଳରେ ଏବେବି ଲୋକେ ପାଣିରେ ଯାତାୟାତ କରୁଥିବା ଦେଖାଦେଇଛି | ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଜଳବନ୍ଦୀ ଜୀବନ ବିତାଇଥିବା ଲୋକେ ଏବେ ଓଦା ହୋଇଥିବା ଜିନିଷ ବାହାରେ ସୁଖାଇବା ସହ ଘର ସଜାଡିବାରେ ଲାଗିଛନ୍ତି | ବିପଦ ସମୟରେ ପ୍ରଶାସନର ଦେଖା ନଥିବା ବେଳେ ଏବେ ପାଣି ଛାଡିଗଲା ପରେ ବି ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ନଥିବା ଲୋକେ କହିଛନ୍ତି |
ସହରର ଯେଉଁ ଖାଲୁଆ ଅଞ୍ଚଳରେ ଏବେବି ପାଣି ଅଛି ତାକୁ ପମ୍ପ ଯୋଗେ ପାଣି ନିଷ୍କାସନ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ | ସେପଟେ ପ୍ରଭାବିତ ଲୋକଙ୍କ ପାଖରେ ଆବଶ୍ୟକ ହେଲେ ଓଆର୍ଏସ୍, ହାଲୋଜେନ୍ ବଟିକା ପହଞ୍ଚେଇବାକୁ ସିଏମସି ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ସିଏମ୍ସି କମିଶନର |
ଜଳବନ୍ଦୀ ଅବସ୍ଥା ସୁଧୁରିଥିଲେ ବି, ପ୍ରଭାବିତ ଅଞ୍ଚଳରେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି, ମାତ୍ର ପ୍ରଶାସନ ପକ୍ଷରୁ ପ୍ରତିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି |

   Related Posts