କଟକସ୍ଥିତ ତେଲ କମ୍ପାନୀ ଉପରେ ଚଢ଼ଉ କଲା ପୋଲିସ୍…
22/01/2020 at 6:59 PM

କଟକ୨୨/୧: କଟକ ଉପକଣ୍ଠ ମଙ୍ଗୁଳି ଛକ ନିକଟରେ ଥିବା ଗଜାନନ ତେଲ କମ୍ପାନୀ ଉପରେ ପୋଲିସ୍ ଚଢ଼ଉ କରିଛି। ଉକ୍ତ କମ୍ପାନୀରେ ମହଜୁଦ୍ ଥିବା ଶହ ଶହ ତେଲ ପ୍ୟାକେଟ୍ ଗୁଡିକକୁ ପୋଲିସ୍ ଜବତ କରିଛି।ଏଥିସହ ପ୍ୟାକିଂ ପାଇଁ ବ୍ୟବହାର ହେଉଥିବା ଅନେକ ଉପକରଣକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ଜବତ ତେଲ ପ୍ୟାକେଟ୍ ଗୁଡିକକୁ ନକଲି କି ନାହିଁ ତାହା ଜଣାପଡିନାହିଁ।

ତେବେ କଟକ ଏସ୍ପିଙ୍କ ସୂଚନା ମୁତାବକ ଗଜାନନ କମ୍ପାନୀ କର୍ତ୍ତୃପକ୍ଷ ତେଲ ପ୍ରସ୍ତୁତ କରିବା ଏବଂ ସେସବୁକୁ ପ୍ୟାକିଂ କରିବା ଲାଗି ଅଧିକୃତ ନୁହଁନ୍ତ। ତେଣୁ ବେଆଇନ ଭାବେ ତେଲ ପ୍ରସ୍ତୁତ କରିବା ଏବଂ ସେସବୁକୁ ମହଜୁଦ୍ କରି ରଖିବା ଅଭିଯୋଗରେ ପୁଲିସ ତରଫରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021