Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||

କଟକରେ ପୋଲିସର ଅପରେସନ ଅଲ ଆଉଟ: ରାତି ଅଧିଆ ବ୍ଲକିଂ ଓ ଚେକିଂରେ ୨୮ ଗିରଫ

6/10/2018 at 5:45 PM

କଟକ ୬|୧୦: ପୂଜା ପୂର୍ବରୁ କଟକ ସହରକୁ ଅପରାଧୀମୁକ୍ତ କରିବାକୁ ଅପରେସନ ଚଳାଇଛି କମିଶନରେଟ୍‌ ପୋଲିସ । ବିଭିନ୍ନ ଥାନା ଅଧିକାରୀଙ୍କ ହାତରେ ପେଶାଦାର ଅପରାଧୀଙ୍କ ଲମ୍ବା ତାଲିକା ଧରାଇଦେଇଛନ୍ତି କଟକ ଡିସିପି । ରାତି ଅଧିଆ ବ୍ଲକିଂ ଓ ଚେକିଂ କରିବା ପାଇଁ ଜାରି ହୋଇଛି ଅର୍ଡ଼ର । ଆଉ ଏହି ଅର୍ଡ଼ରକୁ କାର୍ଯ୍ୟକାରୀ କରିବାକୁ ଯାଇ ଏପର୍ଯ୍ୟନ୍ତ ୨୮ଜଣ ଅପରାଧୀଙ୍କୁ ଜେଲ ହାଜତକୁ ପଠାଇସାରିଲାଣି ପୋଲିସ ।

କଟକରେ କମିଶନରେଟ୍‌ ପୋଲିସର ଅପରେସନ ଅଲ୍‌ ଆଉଟ୍‌ । ପୂଜା ପୂର୍ବରୁ ସମସ୍ତ ପେଶାଦାର ଅପରାଧୀଙ୍କୁ ଗୋଟି ଗୋଟି କରି ଖୋଜି ବାହାର କରିବା ଆଉ ଜେଲ ହାଜତକୁ ପଠାଇବାକୁ ଦିଆଯାଇଛି ଟାସ୍କ । ଖାସ୍‌ ସେଇଥି ପାଇଁ ରାତି ଅଧିଆ ଚାଲିଛି ବ୍ଲିକିଂ ଆଉ ଚେକିଂ । ଶୂନ୍‌ ଶାନ୍‌ ରାତିରେ ସହରର ଛାତି ଉପରେ ଫୁଲ୍‌ ସ୍ପିଡ୍‌ରେ ଗଡ଼ୁଥିବା ଗାଡ଼ି ଗୁଡ଼ିକୁ ଅଟକାଇବା ସହ ତଲାସି କରୁଛନ୍ତି ପୋଲିସ ଟିମ୍‌ । ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍‌ସ୍‌, କିଏ କୁଆଡ଼େ ଯାଉଛି ଆଉ କେଉଁଠି ଆସିଛି ସେସବୁର ତନ୍ନ ତନ୍ନ ଯାଞ୍ଚ କରାଯାଉଛି ।ସହରରେ ପେଶାଦାର ଅପରାଧୀଙ୍କୁ ଗିରଫ କରିବା ସହ ଓ୍ବାରେଣ୍ଟ୍‌ ଡ୍ରାଇଭ୍‌ କରିବା ପାଇଁ ମଧ୍ୟ ରହିଛି ନିର୍ଦେଶ ।  ପୂଜା ସମୟରେ କଟକକୁ ଅପରାଧ ଓ ଅପରାଧୀମୁକ୍ତ କରିବାକୁ ପୋଲିସ ଆରମ୍ଭ କରିଥିବା ଏହି  ଅଭିଯାନ ଭସାଣୀ ପର୍ଯ୍ୟନ୍ତ ଚାଲିବ ।

ହାତରେ ସମୟ କମ୍‌ । ଆଉ ଅପରାଧୀଙ୍କ ତାଲିକା ଖୁବ୍‌ ଲମ୍ବା । ସହରର ୮୦ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିବାକୁ ଦିଆଯାଇଛି ଟାର୍ଗେଟ୍‌ । ସେଥି ମଧ୍ୟରୁ ୨୮ଜଣଙ୍କୁ ଦଫା ୧୧୦ ବଳରେ ବାନ୍ଧି ଜେଲ ହାଜତକୁ ପଠାଇ ସାରିଲାଣି ପୋଲିସ ।  ସେହିଭଳି ୨୨୦ଜଣଙ୍କୁ ଏନବିଡବ୍ଲୁରେ ଗିରଫ କରିବାକୁ ଟାସ୍କ ଦିଆଯାଇଥିବା ବେଳ ସେଥି ମଧ୍ୟରୁ ପୋଲିସ ପଞ୍ଝାକୁ ଆସିସାରିଲେଣି ୭୨ । ଏଥି ସହ ସହରର ବିଭିନ୍ନ ଥାନା ଅବକାରୀ ଚଢ଼ାଉ କରି ୩୩ଟି ମାମଲା କରିଥିବା ବେଳେ ଏଥିରେ ୪୩ଜଣଙ୍କୁ ଗିରଫ କରାଯାଇଛି । ପୂଜା ସମୟରେ ବେଆଇନ୍‌ ନିଶା କାରବାର ଓ ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କ ଉପରେ ରହିଛି ପୋଲିସର ଲେନ୍‌ସ୍‌ ।

କଟକ ସହରରେ ରାତି ଅଧିଆ ପାଟ୍ରୋଲିଂକୁ ଅଧିକ କଡ଼ା କଡ଼ି କରାଯାଇଛି । ଧରାପଡ଼ିଥିବା ଅପରାଧୀଙ୍କ ଫଟୋ ଜାରି କରିବା ସହ ବାକି ଅପରାଧୀଙ୍କୁ ଧରିବାକୁ ପୂରା ଦମ୍‌ ଲଗାଇଦେଇଛି କମିଶନରେଟ୍‌ ପୋଲିସ । ପୂଜା ପୂର୍ବରୁ ଆଉ ପୂଜା ସମୟରେ କଟକରେ ଯେମିତି କୌଣସି ବଡ଼ ଧରଣର ଅପରାଧ ନଘଟେ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

   Related Posts