କଟକ ପୋଲିସ ପକ୍ଷରୁ 'ଗାଡି ହସ୍ତାନ୍ତର କାର୍ଯ୍ୟକ୍ରମ', ଜବତ ଗାଡିକୁ ମାଲିକଙ୍କୁ ଫେରାଇ ଦିଆଗଲା

Published By : Prameya-News7 Bureau | November 14, 2021 IST

କଟକ, ୧୪/୧୧:  କଟକ କମିଶନରେଟ ପୋଲିସର ଜବତ ଗାଡି ହସ୍ତାନ୍ତର କାର୍ଯ୍ୟକ୍ରମ । ମାଲିକଙ୍କୁ ଫେରାଇ ଦିଆଗଲା ଚୋରି ହୋଇଥିବା ଗାଡି ।

ସୂଚନାନୁସାରେ, କମିଶନରେଟ୍ ପୋଲିସ ଲଗାତର ଚୋରା ଗାଡି ଜବତ କରୁଛି । ବାଇ ଚୋରି ରାକେଟର ମଧ୍ୟ ପର୍ଦ୍ଦାଫାସ କରୁଛି । ତେବେ କଟକ କମିଶନରେଟ୍ ପୋଲିସ ନିଜ ଅଞ୍ଚଳରେ ଜବତ କରିଥିବା ଗାଡିକୁ ପ୍ରକୃତ ମାଲିକଙ୍କୁ ଫେରାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛି ।   

ବିଭିନ୍ନ ଥାନାମାନଙ୍କରୁ ଜବତ ହୋଇଥିବା ଚୋରି ଗାଡି ଗୁଡିକୁ ତାହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ରବିବାର ୩୭ଟି ବାଇକ ଓ ୧୬ଟି ସାଇକେଲ୍ ସେମାନଙ୍କ ମାଲିକଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଡିସିପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଫିସରମାନେ ଉପସ୍ଥିତ ରହି ଗାଡ଼ି ମାଲିକଙ୍କୁ ଗାଡ଼ି ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.