କଟକ ସିରିଜ ହତ୍ୟାଘଟଣାର ଖୋଲୁଛି ଗୁମର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ନାରାୟଣ ସାହୁ ହିଁ ସେଇ ନାଇଫ୍ ମ୍ୟାନ୍‌!

Published By : Prameya-News7 Bureau | July 29, 2019 IST

କଟକ୨୯|୭: କଟକରେ ସିରିଜ୍‌ ହତ୍ୟାକାଣ୍ଡ ମାମଲାରେ କମିଶନରେଟ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଅଟକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଞାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ନାରାୟଣ ସାହୁ । ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ବେଳେ ପଚରାଉଚରା ପରେ ପୂରା ଘଟଣାରେ ପୂର୍ଣ୍ଣଛେଦ ଲାଗିବ ବୋଲି କହିଛନ୍ତି କଟକ ଡିସିପି ।  

{"id":138765}

କଟକରେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ହତ୍ୟା ମାମଲାରେ  କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ ସନ୍ଦେହରେ ଗଞ୍ଜାମ ଅଞ୍ଚଳର ନାରାୟଣ ସାହୁଙ୍କୁ ପଞ୍ଝାକୁ ନେବା ସହ ପୋଲିସ  ପଚରାଉଚୁରା ଆରମ୍ଭ କରିଛି । ଅଜ୍ଞାତ ସ୍ଥାନରେ ନାରାୟଣଙ୍କୁ ରଖିବା ସହ ଘଣ୍ଟାଚକଟା ଆରମ୍ଭ ହୋଇଛି । ସେ ମାନସିକ ବିକୃ କି ନୁହଁ ସେନେଇ ମଧ୍ୟ ପରୀକ୍ଷା କରାଯିବ । ଅଟକ ଅଭିଯୁକ୍ତ ୩-୪ ମାସ ହେବ କଟକ ଷ୍ଟେସନ ନିକଟକରେ ରହୁଥିବା ବେଳେ ଟ୍ରିପଲ ମର୍ଡର ପରେ ଛୁମନ୍ତର ହୋଇଯାଇଥିଲା । ଶେଷରେ ପୋଲିସ ଗୁଇନ୍ଦା ତଥ୍ୟ ଆଧାରରେ ତାକୁ କାବୁ କରିବାରେ ସକ୍ଷମ ହୋଇଥିବା କହିଛନ୍ତି କଟକ ଡିସିପି । ତେବେ ଅଭିଯୁକ୍ତ ପ୍ରକୃତ ହତ୍ୟାକାରୀ କି ନୁହେଁ, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଡିସିପି ସାମ୍ବାଦିକ ସମ୍ମିଳିନୀରେ ସୂଚନା ଦେଇଛନ୍ତି ।

{"id":138766}

ସେପଟେ ଗତକାଲି ବିଳମ୍ବିତ ରାତିରେ ଯୋବ୍ରା ମହ୍ଲା ସାହି ଅଞ୍ଚଳରେ ଜଣେ ମହିଳାଙ୍କ ବେକକୁ କେହି ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । କେହି ଦୁର୍ବୃତ୍ତ ଆସି ତାଙ୍କ ବେକ କୁ କାଟି ଦେଇ ଫରାର ହୋଇଯାଇଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ଏକ ଗୁଜବ । ମହିଳାଙ୍କ ବେକରୁ ଚେନ ଲୁଟ କରିବାକୁ ଉଦ୍ୟମ ହେଉଥିବା ବେଳେ ଏପରି ଘଟିଥିହା ଡିସିପି କହିଛନ୍ତି ।

{"id":138767}

ପୂର୍ବରୁ କଟକରେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ଘଟଣା ପରେ ପୋଲିସ ତତ୍ପର ହେଉଥିବା ବେଳେ କେବେ ପୂରା ଘଟଣା ଉପରୁ ପରଦା ହଟୁଛି ଏବେ ତାହାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.