କଟକ ଏନଡିଆରଏଫ କ୍ୟାମ୍ପରେ କରୋନା, ୪୯ ଯବାନ କୋଭିଡ୍-୧୯ ପଜିଟିଭ୍

Published By : Prameya-News7 Bureau | June 08, 2020 IST

କଟକ, ୦୮|୦୬:   କଟକ ମୁଣ୍ଡଳିରେ ଥିବା ଏନଡିଆରଏଫ କ୍ୟାମ୍ପର ୪୯ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ।

ଏହି ସଦସ୍ୟମାନେ  ଅମ୍ଫାନ ବାତ୍ୟାରେ ପୁନରୁଦ୍ଧାର ତଥା ସହାୟତା ପ୍ରଦାନ କରିବାକୁ କୋଲକାତା ଯାଇଥିଲେ । ସେଠାରୁ ଫେରି ସେମାନେ ଜୁନ ୪ ତାରିଖରେ କ୍ୱାରେଣ୍ଟାଇନରେ ରହିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜଣେ ଯବାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା ।  ଫଳରେ ଏହାକୁ ମିଶାଇ ମୋଟ ୫୦ ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ୟାମ୍ପରେ ଥିବା ୧୭୭ଜଣ ଯବାନଙ୍କ କରୋନା ଟେଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.